ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମର୍ଥନରେ ଭୋଟ୍ ଦେଇଥିବା ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି

Posted On: 21 SEP 2023 10:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମର୍ଥନରେ ଭୋଟ୍ ଦେଇଥିବା ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମ ଦେଶର ଗଣତାନ୍ତ୍ରିକ ଯାତ୍ରାରେ ଏହା ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ବୋଲି ସେ ମନ୍ତବ୍ୟ ଦେଇ ଦେଶର ୧୪୦ କୋଟି ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଏହା ଦର୍ଶାଇଛନ୍ତି ଯେ ଏହା କେବଳ ଏକ ନିୟମ ନୁହେଁ ବରଂ ଆମ ଦେଶ ସୃଷ୍ଟି କରିଥିବା ଅସଂଖ୍ୟ ମହିଳାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏବଂ ସେମାନଙ୍କ ସ୍ୱରକୁ ଅଧିକ ପ୍ରଭାବଶାଳୀ ଭାବରେ ଶୁଣିବାକୁ ଏକ ପ୍ରତିବଦ୍ଧତାର ଏହା ଏକ ଐତିହାସିକ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

“ଆମ ଦେଶର ଗଣତାନ୍ତ୍ରିକ ଯାତ୍ରାରେ ଏକ ପରିଭାଷିତ ମୁହୂର୍ତ୍ତ ! ୧୪୦ କୋଟି ଭାରତୀୟଙ୍କୁ ଅଭିନନ୍ଦନ ।

ନାରୀ ଶକ୍ତି ବନ୍ଦନ ଅଧିନିୟମ ସମର୍ଥନରେ ଭୋଟ୍ ଦେଇଥିବା ସମସ୍ତ ରାଜ୍ୟସଭା ସାଂସଦଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହିପରି ସର୍ବସମ୍ମତ ସମର୍ଥନ ପ୍ରକୃତରେ ଆନନ୍ଦଦାୟକ ଅଟେ ।

ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍ ସହିତ, ଆମେ ଭାରତର ମହିଳା ମାନଙ୍କ ପାଇଁ ଅଧିକ ଶକ୍ତିଶାଳୀ ପ୍ରତିନିଧିତ୍ୱ ଏବଂ ସଶକ୍ତିକରଣର ଯୁଗ ଆରମ୍ଭ କରିଛୁ । ଏହା କେବଳ ଏକ ନିୟମ ନୁହେଁ; ଆମ ଦେଶ ସୃଷ୍ଟି କରିଥିବା ଅସଂଖ୍ୟ ମହିଳା ମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି । ସେମାନଙ୍କର ସ୍ଥିରତା ଏବଂ ଅବଦାନ ଦ୍ୱାରା ଭାରତ ସମୃଦ୍ଧ ହୋଇଛି ।

ଆଜି ଆମେ ଉତ୍ସବ ପାଳନ କରିବା ସହିତ ଆମ ଦେଶର ସମସ୍ତ ମହିଳାଙ୍କର ଶକ୍ତି, ସାହସ ଏବଂ ଅଦମ୍ୟ ଭାବନାକୁ ସ୍ମରଣ କରୁଛେ । ଏହି ଐତିହାସିକ ପଦକ୍ଷେପ ହେଉଛି ସେମାନଙ୍କର ସ୍ୱର ଅଧିକ ପ୍ରଭାବଶାଳୀ ଭାବରେ ଶୁଣାଯିବା ପାଇଁ ଏକ ପ୍ରତିବଦ୍ଧତା । ”

***

SSP



 



(Release ID: 1963738) Visitor Counter : 68