ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଟିଭି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ


ଆତଙ୍କବାଦ ସମେତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ମଞ୍ଚ ଦିଅନ୍ତୁ ନାହିଁ

Posted On: 21 SEP 2023 8:49PM by PIB Bhubaneshwar

ଯେଉଁ ବ୍ୟକ୍ତିମାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରହିଛି କିମ୍ବା ଭାରତୀୟ ଆଇନ ଦ୍ୱାରା ନିଷିଦ୍ଧ ସଂଗଠନ ସହ ସମ୍ପୃକ୍ତି ସମେତ ଗୁରୁତର ଅପରାଧ ଅଭିଯୋଗ ରହିଛି ସେମାନଙ୍କୁ କୌଣସି ମଞ୍ଚ ପ୍ରଦାନ ନ କରିବାକୁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ଟେଲିଭିଜନ ଚ୍ୟାନେଲକୁ ପରାମର୍ଶ ଜାରି କରିଛି ।

ନିକଟରେ ବିଦେଶରେ ରହୁଥିବା ଜଣେ ଅପରାଧିକ ବ୍ୟକ୍ତି ଟେଲିଭିଜନ ଚ୍ୟାନେଲ ଆଲୋଚନାରେ ସାମିଲ ହେବା ପରେ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଆତଙ୍କବାଦ ଭଳି ଗମ୍ଭୀର ମାମଲା ରହିଛି ଏବଂ ସେ ଭାରତୀୟ ଆଇନ ଦ୍ୱାରା ପ୍ରତିବନ୍ଧିତ ଏକ ଏକ ଆତଙ୍କବାଦ ଗୋଷ୍ଠୀ ସହ ସମ୍ପୃକ୍ତ ରହିଛନ୍ତି । ଆଲୋଚନା ସମୟରେ ବ୍ୟକ୍ତି ଜଣକ ଦେଶର ସାର୍ବଭୌମତ୍ୱ/ଅଖଣ୍ଡତା, ଭାରତର ନିରାପତ୍ତା, ବିଦେଶୀ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ଦେଶରେ ଜନଶୃଙ୍ଖଳା ବିଗିଡ଼ିବାର ସମ୍ଭାବନା ଥିବା ଅନେକ ମନ୍ତବ୍ୟ ଦେଇଥିଲେ।

ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ, କେନ୍ଦ୍ର ସରକାର ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିଛନ୍ତି ଏବଂ ସମ୍ବିଧାନ ଅଧୀନରେ ଏହାର ଅଧିକାରକୁ ସମ୍ମାନ ଦିଅନ୍ତି, କିନ୍ତୁ ଟିଭି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ କେବୁଲ ଟେଲିଭିଜନ ନେଟୱାର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ର ବ୍ୟବସ୍ଥା ସମେତ ଏହାର ଧାରା ୨୦ର ଉପଧାରା (୨)କୁ ପାଳନ କରିବା ଆବଶ୍ୟକ ।

ବିସ୍ତୃତ ମାର୍ଗଦର୍ଶିକା ନିମ୍ନ ଲିଙ୍କରେ ଦିଆଯାଇଛି :

 

https://new.broadcastseva.gov.in/digigov-portal-web-app/Upload?flag=iframeAttachView&attachId=140712323&whatsnew=true

*********

P.S.



(Release ID: 1959709) Visitor Counter : 93