ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ପ୍ଲାଟଫର୍ମ ପରିସରକୁ ସୁପ୍ରିମକୋର୍ଟ ଆସିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 14 SEP 2023 2:48PM by PIB Bhubaneswar

ପଡ଼ିରହିଥିବା ମାମଲାର ଟ୍ରାକିଂ ପାଇଁ ଭାରତର ସୁପ୍ରିମକୋର୍ଟ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ପରିସରକୁ  ଆସିବ ବୋଲି ପ୍ରଧାନ ବିଚାରପତି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି ଟେକ୍ନୋଲୋଜିର ଏପରି ବ୍ୟବହାର ଆମ ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ପାରଦର୍ଶୀ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି

ଏଏନଆଇର ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

ସୁପ୍ରିମକୋର୍ଟ ଏବଂ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ପ୍ରଶଂସନୀୟ ପଦକ୍ଷେପ ଟେକ୍ନୋଲୋଜିର ଏପରି ବ୍ୟବହାର ଆମ ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ପାରଦର୍ଶୀ କରିବ ’   

SR


(ରିଲିଜ ଆଡି: 1957548) ପରିଦର୍ଶକ କାଉଣ୍ଟର : 167