କ୍ୟାବିନେଟ

ଡିଜିଟାଲ୍ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ କାର୍ଯ୍ୟାନ୍ବିତ ସଫଳ ଡିଜିଟାଲ୍ ସମାଧାନକୁ ଆଦାନ ପ୍ରଦାନ କରିବା କ୍ଷେତ୍ରରେ ସହଯୋଗ ଉପରେ ଭାରତ ଓ ଆର୍ମେନିଆ ମଧ୍ୟରେ ହୋଇଥିବା ରାଜିନାମାକୁ ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ୍

Posted On: 13 SEP 2023 3:27PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ 12 ଜୁନ୍, 2023 କୁ ଭାରତର ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଆର୍ମେନିଆର ଉଚ୍ଚ ପ୍ରଯୁକ୍ତି ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଡିଜିଟାଲ୍ ପରିବର୍ତ୍ତନ ପାଇଁ ସମଗ୍ର ଜନସଂଖ୍ୟା ଆଧାରରେ କାର୍ଯ୍ୟାନ୍ବିତ ସଫଳ ଡିଜିଟାଲ୍ ସମାଧାନକୁ ଆଦାନ ପ୍ରଦାନ କରିବା କ୍ଷେତ୍ରରେ ସହଯୋଗ ଉପରେ ହୋଇଥିବା ରାଜିନାମା (ଏମଓୟୁ) କୁ ମଞ୍ଜୁରୀ ପ୍ରଦାନ କରିଛି। 

ଏହି ରାଜିନାମାର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶର ଡିଜିଟାଲ୍ ପରିବର୍ତ୍ତନକାରୀ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଘନିଷ୍ଠ ସହଯୋଗୀ ଏବଂ ଡିଜିଟାଲ୍ ପ୍ରଯୁକ୍ତି ଆଧାରିତ ସମାଧାନ (ଯଥା ଇଣ୍ଡିଆ ଷ୍ଟାକ୍) ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା। ଏମଓୟୁ ରେ ଆଇଟିର କ୍ଷେତ୍ରରେ ନିଯୁକ୍ତି ଏବଂ ସୁଯୋଗକୁ ପ୍ରୋତ୍ସାହିତ କରୁଥିବା ବ୍ୟାପକ ସହଯୋଗର ପରିକଳ୍ପନା କରାଯାଇଛି। 

ଏହି ରାଜିନାମା ଉଭୟ ଦେଶ ଦ୍ବାରା କରାଯାଇଥିବା ସ୍ବାକ୍ଷର ତାରିଖରୁ କାର୍ଯ୍ୟକାରୀ ହେବ ଏବଂ 3 ବର୍ଷର ଅବଧି ପର୍ଯ୍ୟନ୍ତ ଲାଗୁ ରହିବ। 

ଡିଜିଟାଲ୍ ସାର୍ବଜନିକ ଭିତ୍ତିଭୂମି (ଡିପିଆଇ) କ୍ଷେତ୍ରରେ ଉଭୟ, ଜି2ଜି ଏବଂ ବି2ବି ଦ୍ବିପାକ୍ଷୀକ ସହଯେଗା ବୃଦ୍ଧି କରାଯିବ। ଏହି ରାଜିନାମା ବିଚାର କରାଯାଇଥିବା କାର୍ଯ୍ୟକୁ ତାହାର ପ୍ରଶାସନର ନିୟମିତ ପରିଚାଳନା ଆବଣ୍ଟନ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। 

ଆଇସିଟି ଡୋମେନରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ଏମଇଆଇଟିୱାଇ ଅନେକ ଦେଶ ଏବଂ ବହୁପକ୍ଷୀୟ ଏଜେନ୍ସି ସହିତ ସହଯୋଗ କରୁଛି । ଏହି ଅବଧି ମଧ୍ୟରେ, ଆଇଟି ଡୋମେନରେ ସହଯୋଗ ଏବଂ ସୂଚନା ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏମଇଆଇଟିୱାଇ ବିଭିନ୍ନ ଦେଶରୁ ଏହାର ପ୍ରତିପକ୍ଷ ସଂଗଠନ / ଏଜେନ୍ସି ସହିତ ରାଜିନାମା / ଏମଓସି/ ଚୁକ୍ତିନାମା କରିଛି । ଦେଶକୁ ଡିଜିଟାଲ୍ ସଶକ୍ତ ସମାଜ ତଥା ଜ୍ଞାନ ଅର୍ଥନୀତିରେ ପରିଣତ କରିବା ପାଇଁ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ ଇତ୍ୟାଦି ଭାରତ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସହିତ ଏହା ଅନୁରୂପ ଅଟେ। ଏହି ପରିବର୍ତ୍ତିତ କ୍ଷେତ୍ରରେ, ବ୍ୟବସାୟର ସୁଯୋଗ ଅନ୍ୱେଷଣ, ସର୍ବୋତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ପାରସ୍ପରିକ ସହଯୋଗ ବୃଦ୍ଧି ଲକ୍ଷ୍ୟ ସହିତ ଡିଜିଟାଲ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ଏକ ଆବଶ୍ୟକତା ରହିଛି।

ଗତ କିଛି ବର୍ଷ ମଧ୍ୟରେ, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର (ଡିପିଆଇ) କାର୍ଯ୍ୟକାରୀ କରିବାରେ ଭାରତ ନିଜର ନେତୃତ୍ୱ ପ୍ରଦର୍ଶନ କରିଛି ଏବଂ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଜନସାଧାରଣଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ଭାରତର ଅନୁଭୂତିରୁ ଶିଖିବା ଏବଂ ଭାରତର ଅନୁଭୂତିରୁ ଶିକ୍ଷା ପାଇଁ ଭାରତ ସହିତ ଏମଓୟୁରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଷ୍ଟାକ ସଲ୍ୟୁସନ୍ ଗୁଡିକ ହେଉଛି ଜନସେବା ଗୁଡିକର ଆକ୍ସେସ ଏବଂ ବିତରଣ ପାଇଁ ଜନସଂଖ୍ୟା ସ୍କେଲରେ ଭାରତ ଦ୍ବାରା ବିକଶିତ ଏବଂ କାର୍ଯ୍ୟକାରୀ ହୋଇଥିବା ଏକ ବ୍ୟବସ୍ଥା ଏହା ଅର୍ଥପୂର୍ଣ୍ଣ ସଂଯୋଗ ଯୋଗାଇବ, ଡିଜିଟାଲ୍ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଜନସେବାରେ ନିରନ୍ତର ପ୍ରବେଶ ସକ୍ଷମ କରିବା। ଏଗୁଡିକ ଉନ୍ମୁକ୍ତ ଟେକ୍ନୋଲୋଜି ଉପରେ ନିର୍ମିତ, ପାରସ୍ପରିକ କାର୍ଯ୍ୟକ୍ଷମ ଏବଂ ଶିଳ୍ପ ଏବଂ ଗୋଷ୍ଠୀର ଅଂଶଗ୍ରହଣକୁ ସାମିଲ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି ଯାହା ନୂତନତ୍ୱକୁ ପ୍ରୋତ୍ସାହିତ କରେ । ତଥାପି, ଡିପିଆଇ ନିର୍ମାଣରେ ପ୍ରତ୍ୟେକ ଦେଶର ଅନନ୍ୟ ଆବଶ୍ୟକତା ଏବଂ ଆହ୍ବାନ ରହିଛି, ଯଦିଓ ମୌଳିକ କାର୍ଯ୍ୟକାରିତା ସମାନ ଯାହାକି ବିଶ୍ୱ ସହଯୋଗ ପାଇଁ ଅନୁମତି ଦେଇଥାଏ ।

BS



(Release ID: 1957170) Visitor Counter : 85