ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁରୋପୀୟ ପରିଷଦର ସଭାପତି ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 10 SEP 2023 7:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀ ଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମହାମହିମ ଶ୍ରୀ ଚାର୍ଲସ୍ ମିସେଲ ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ମହାମହିମ ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କୁ ଭେଟିଥିଲେ ।

ଉଭୟ ପରିଦର୍ଶକ ଭାରତର ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପରବର୍ତ୍ତୀ ଭାରତ-ଇୟୁ ଶିଖର ସମ୍ମିଳନୀ, ଚାଲିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା, ଜଳବାୟୁ ପରିବର୍ତ୍ତନ ଏବଂ ଲାଇଫ୍‍, ଡିଜିଟାଲ ଟେକ୍ନୋଲୋଜି ଏବଂ ବାଣିଜ୍ୟ ଓ ପ୍ରଯୁକ୍ତି ପରିଷଦ (ଟିଟିସି) ସମେତ ଭାରତ - ଇୟୁ ରଣନୈତିକ ଭାଗିଦାରୀର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।

୯ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ- ୟୁରୋପ ଅର୍ଥନୈତିକ କରିଡର ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। କରିଡରକୁ ତ୍ୱରାନ୍ୱିତ କରିବା ଦରକାର ବୋଲି ସେମାନେ ଅନୁଭବ କରିଥିଲେ। ଏହି କରିଡର ଅଧୀନରେ ସୌର ପ୍ରକଳ୍ପର ସମ୍ଭାବନା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

HS



(Release ID: 1956177) Visitor Counter : 107