ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୋରିଆର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 10 SEP 2023 7:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ କୋରିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ୍ ୟୋଲଙ୍କୁ ସାକ୍ଷାତ କରିଛନ୍ତି। 

ରାଷ୍ଟ୍ରପତି ୟୁନ ସୁକ୍ ୟୋଲ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଜି20 ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନେତାମାନେ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ଗଠନର 50ତମ ବାର୍ଷିକୀ ପାଳନ ବିଷୟରେ ଉଲ୍ଲେଖ କରିଛନ୍ତି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଇଭି ବ୍ୟାଟେରୀ ଟେକ୍ନୋଲୋଜି ସହିତ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ବିଭିନ୍ନ କ୍ଷେତ୍ରରେ ସେମାନେ ଅଗ୍ରଗତିର ସମୀକ୍ଷା କରିଥିଲେ |

ସେମାନେ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ।

BS


(ରିଲିଜ ଆଡି: 1956169) ପରିଦର୍ଶକ କାଉଣ୍ଟର : 181