ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗ୍ଲୋବାଲ ବାୟୋଫୁଏଲ୍ ଆଲାଏନ୍ସ(ଜିବିଏ) ଗଠନ

Posted On: 09 SEP 2023 10:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର, ବାଂଲାଦେଶ, ଇଟାଲୀ, ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା, ମରିସସ୍ ଏବଂ ୟୁଏଇ ନେତାମାନଙ୍କ ସହ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୯ରେ ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ ବା ବୈଶ୍ୱିକ ଜୈବ ଇନ୍ଧନ ମିଳିତମଞ୍ଚର ଶୁଭାରମ୍ଭ କରିଛନ୍ତି ।

 

ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ(ଜିବିଏ) ହେଉଛି ଜି-୨୦ ଅଧ୍ୟକ୍ଷ ଭାବେ ଭାରତର ଏକ ପଦକ୍ଷେପ । ଟେକ୍ନୋଲୋଜିର ଅଗ୍ରଗତିକୁ ସୁଗମ କରିବା, ସ୍ଥାୟୀ ଜୈବ ଇନ୍ଧନର ଉପଯୋଗ ବଢ଼ାଇବା, ଦେଶଗୁଡ଼ିକ ମଧ୍ୟରେ ବ୍ୟାପକ ସହଭାଗିତା ମାଧ୍ୟମରେ ମଜଭୁତ ମାନକ ସୃଷ୍ଟି କରି ଜୈବ ଇନ୍ଧନର ବୈଶ୍ୱିକ ବ୍ୟବହାର ବୃଦ୍ଧି ଏହି ଆଲାଏନ୍ସର ଉଦ୍ଦେଶ୍ୟ । ଆଲାଏନ୍ସ ଜ୍ଞାନ ହବ୍ ଏବଂ ବିଶେଷଜ୍ଞଙ୍କ କେନ୍ଦ୍ର ଭାବେ ମଧ୍ୟ କାର୍ଯ୍ୟ କରିବ । ଜୈବ ଇନ୍ଧନର ଅଗ୍ରଗତି ତଥା ବ୍ୟାପକ ବ୍ୟବହାର ବୃଦ୍ଧି ଲାଗି ବୈଶ୍ୱିକ ସହଯୋଗ ବଢ଼ାଇବାରେ ଏକ ଉତ୍‌ପ୍ରେରକ ମଞ୍ଚ ପ୍ରଦାନ କରିବା ଜିବିଏର ଲକ୍ଷ୍ୟ ।

 

SR



(Release ID: 1956002) Visitor Counter : 115