ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୦ତମ ଏସିଆନ - ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଭାଷଣ

Posted On: 07 SEP 2023 10:39AM by PIB Bhubaneshwar

ମହାମହିମ, ରାଷ୍ଟ୍ରପତି ଜୋକୋ ୱିଡୋଡୋ,

ମହାମହିମ ଗଣ,

ନମସ୍କାର

ଆମର ଭାଗିଦାରୀ ଏହାର ଚତୁର୍ଥ ଦଶନ୍ଧିରେ ପ୍ରବେଶ କରୁଛି ।

ଏହି ପରିପ୍ରେକ୍ଷୀରେ , ଭାରତ - ଏସିଆନ୍ ଶିଖର ସମ୍ମିଳନୀର ସହ - ଅଧ୍ୟକ୍ଷତା କରିବା ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରୁଛି ।

ଏହି ଶିଖର ସମ୍ମିଳନୀର ଚମତ୍କାର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି ।

ମୁଁ ଏସିଆନ ସମୂହର ଦକ୍ଷ ନେତୃତ୍ୱକୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ନିକଟରେ ଦାୟିତ୍ୱ ଗ୍ରହଣ କରିଥିବାରୁ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ମହାମହିମ ହୁନ୍ ମାନେଟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ଏହି ବୈଠକରେ ମୁଁ ତିମୋର - ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।

ମହାନୁଭବ, ମହାମହିମ,

ଆମର ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସୀୟ ଦେଶ ମାନଙ୍କୁ ସଂଯୋଗ କରେ ।

ମିଳିତ ମୂଲ୍ୟବୋଧ ସହିତ ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି ଏବଂ ଏକ ବହୁଧ୍ରୁବୀୟ ଦୁନିଆରେ ଏକ ଅଂଶୀଦାରୀ ବିଶ୍ୱାସ ମଧ୍ୟ ଆମକୁ ଏକାଠି ବାନ୍ଧି ରଖିଥାଏ ।

ଏସିଆନ ହେଉଛି ଭାରତର ଆକ୍ଟ ଇଷ୍ଟ ପଲିସି (ପ୍ରାଚ୍ୟ ପାଇଁ ନୀତି) ର  କେନ୍ଦ୍ରୀୟ ସ୍ତମ୍ଭ ।

ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏସିଆନ୍‌ର କେନ୍ଦ୍ରୀୟତା ଏବଂ ଏସିଆନର ଦୃଷ୍ଟିକୋଣକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।

ଭାରତ ପକ୍ଷରୁ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକରେ ଏସିଆନର ଏକ ପ୍ରମୁଖ ସ୍ଥାନ ରହିଛି ।

ଗତ ବର୍ଷ , ଆମେ ଭାରତ - ଏସିଆନ୍ ବନ୍ଧୁତା ବର୍ଷ ପାଳନ କରିଥିଲୁ ଏବଂ ଆମର ସମ୍ପର୍କକୁ ଏକ 'ବ୍ୟାପକ ରଣନୈତିକ ଭାଗିଦାରୀ' ରେ ପରିଣତ କରିଥିଲୁ ।

ମହାନୁଭବ, ମହାମହିମ,

ଆଜି , ବିଶ୍ୱ ସ୍ତରରେ ଲାଗି ରହିଥିବା ଅନିଶ୍ଚିତତାର ବାତାବରଣ ଭିତରେ ମଧ୍ୟ ଆମର ପାରସ୍ପରିକ ସହଯୋଗରେ ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ପ୍ରଗତି ହେବାରେ ଲାଗିଛି ।

ଏହା ଆମ ସମ୍ପର୍କର ଶକ୍ତି ଏବଂ ନମନୀୟତାର ପ୍ରମାଣ ।

ଚଳିତ ବର୍ଷ ଏସିଆନ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ଏସିଆନ ମ୍ୟାଟର୍ସ : ଏପିସେଂଟ୍ରମ୍ ଅଫ୍ ଗ୍ରୋଥ୍‌’ (ଏସିଆନ୍‌ର ବିଭିନ୍ନ ପ୍ରସଙ୍ଗ : ଅଭିବୃଦ୍ଧିର କେନ୍ଦ୍ର') ।

ଏସିଆନର ବିଭିନ୍ନ ପ୍ରସଙ୍ଗ ଅର୍ଥାତ୍ ଏଠାରେ ସମସ୍ତଙ୍କ ମତ ଉପରେ ଗୁରୁତ୍ୱ ଦିଆଯାଏ ଏବଂ ଏସିଆନ ହେଉଛି ଅଭିବୃଦ୍ଧିର କେନ୍ଦ୍ର, କାରଣ ଏସିଆନ ଅଞ୍ଚଳ ବିଶ୍ୱର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

'ବସୁଧୈବ କୁଟୁମ୍ବକମ୍‌' - 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ', ଏହି ଭାବନା ମଧ୍ୟ ଭାରତର ଜି - ୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ।

ମହାନୁଭବ, ମହାମହିମ,

ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଏହା ହେଉଛି ଆମର ଶତାବ୍ଦୀ ।

ଏହି କାରଣରୁ, କୋଭିଡ୍ ପରବର୍ତ୍ତୀ ବିଶ୍ୱ ବ୍ୟବସ୍ଥା ଓ ମାନବ କଲ୍ୟାଣ ପାଇଁ ସମସ୍ତଙ୍କ ପ୍ରୟାସ ଉପରେ ଆଧାରିତ ନିୟମ ଭିତ୍ତିକ ବିଶ୍ୱ ବ୍ୟବସ୍ଥା ନିର୍ମାଣ କରିବା ଜରୁରୀ ।

ସ୍ୱାଧୀନ ଏବଂ ମୁକ୍ତ ଭାରତ - ପ୍ରଶାନ୍ତ ମହାସାଗର କ୍ଷେତ୍ରର ପ୍ରଗତି ଏବଂ ଦକ୍ଷିଣ ବିଶ୍ୱର ସ୍ୱରକୁ ଉନ୍ନତ କରିବା ସାଧାରଣ ସ୍ୱାର୍ଥ ହିତ ପାଇଁ ଉଦ୍ଦିଷ୍ଟ ।

ମୁଁ ବିଶ୍ୱାସ କରେ ଯେ ଆଜିର ଆଲୋଚନା ଭାରତ ଏବଂ ଏସିଆନ ଅଞ୍ଚଳର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ନୂତନ ସଂକଳ୍ପ ନେଇ ଆସିବ ।

ସିଙ୍ଗାପୁରର ରାଷ୍ଟ୍ର ସଂଯୋଜକ, ଲାଓ ପିଡିଆର୍‌ର ଆଗାମୀ ଅଧ୍ୟକ୍ଷ , ଏବଂ ଆପଣ ସମସ୍ତଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ କାମ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।

ଧନ୍ୟବାଦ ।

ଟିପ୍ପଣୀ - ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତିର ଆନୁମାନିକ ଅନୁବାଦ । ମୂଳ ପ୍ରେସ୍ ବିବୃତି ହିନ୍ଦୀରେ ପ୍ରଦାନ କରା ଯାଇଥିଲା ।

 

 ***

 

SSP


 



(Release ID: 1955401) Visitor Counter : 85