ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ମେରି ମାଟି ମେରା ଦେଶ’ ଅଭିଯାନରେ ଭାଗ ନେବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
प्रविष्टि तिथि:
01 SEP 2023 8:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେରି ମାଟି ମେରା ଦେଶ’ ଅଭିଯାନକୁ ଶୁଭେଚ୍ଛା ଜଣାଇବା ସହ ଦେଶର ବିଭିନ୍ନ ସ୍ଥାନର ମାଟି ଦ୍ୱାରା ପ୍ରସ୍ତୁତ ‘ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କଳ୍ପନାକୁ ସାକାର କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ବହୁତ ବହୁତ ଶୁଭକାମନା! ‘ମେରି ମାଟି ମେରା ଦେଶ’ ଅଭିଯାନ ଆମର ଏକତା ଏବଂ ଅଖଣ୍ଡତାକୁ ଆହୁରି ମଜଭୁତ କରିବାକୁ ଯାଉଛି । ମୁଁ ନିଶ୍ଚିତ ଯେ ଏହା ଦ୍ୱାରା ଦେଶର ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିରୁ ଏଭଳି ଏକ ଅମୃତ ବାଟିକା ନିର୍ମାଣ ହେବ, ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର କଳ୍ପନାକୁ ସାକାର କରିବ । ଆସନ୍ତୁ ଏହି ‘ଅମୃତ କଳସ ଯାତ୍ରା’ରେ ଆମର ଭାଗିଦାରୀକୁ ସୁନିଶ୍ଚିତ କରିବା ।’
SR
(रिलीज़ आईडी: 1954536)
आगंतुक पटल : 146
इस विज्ञप्ति को इन भाषाओं में पढ़ें:
Marathi
,
Bengali
,
Telugu
,
English
,
Urdu
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam