ରେଳ ମନ୍ତ୍ରଣାଳୟ
azadi ka amrit mahotsav

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି ଶ୍ରୀମତୀ ଜୟା ବର୍ମା ସିହ୍ନା


ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ସେ ପ୍ରଥମ ମହିଳା ଅଟନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 SEP 2023 11:06AM by PIB Bhubaneswar

ଶ୍ରୀମତୀ ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ) ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି ସମିତି ଶ୍ରୀମତୀ ଜୟା ବର୍ମା ସିହ୍ନାଙ୍କ ନିଯୁକ୍ତିର ସ୍ବୀକୃତି ପ୍ରଦାନ କରିଛନ୍ତି। ଜୟା ବର୍ମା ସିହ୍ନା ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ସିଇଓ ଭାବରେ ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଟନ୍ତି। 

ଏହା ପୂର୍ବରୁ ଶ୍ରୀମତୀ ଜୟା ବର୍ମା ସିହ୍ନା ରେଲୱେ ବୋର୍ଡ଼ରେ ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରିଛନ୍ତି। ଶ୍ରୀମତୀ ସିହ୍ନା ଭାରତୀୟ ରେଳରେ ମାଲ ପରିବହନ ଏବଂ ଯାତ୍ରୀ ସେବାର ସମଗ୍ର ପରିବହନର ଦାୟୀତ୍ବ ମଧ୍ୟ ତୁଲାଇ ସାରିଛନ୍ତି। 

ଶ୍ରୀମତୀ ଜୟା ବର୍ମା ସିହ୍ନା 1988 ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ୍) ରେ ଯୋଗ ହୋଇଥିଲେ। ଭାରତୀୟ ରେଳରେ ନିଜର 35 ବର୍ଷରୁ ଅଧିକ କ୍ୟାରିୟରରେ ସେ ରେଳ ବୋର୍ଡ଼ର ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଅତିରିକ୍ତ ସଦସ୍ୟ, ଟ୍ରାଫିକ୍ ପରିବହନ ପରି ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ପରିଚାଳନା, ବାଣିଜ୍ୟିକ, ଆଇଟି ଏବଂ ସତର୍କତା ସହିତ ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ସେ ଦକ୍ଷିଣ ପୂର୍ବ ରେଳର ପ୍ରଧାନ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ମଧ୍ୟ ଅଟନ୍ତି। ସେ ବାଂଲାଦେଶର ଢାକାରେ ଭାରତୀୟ ହାଇ କମିଶନରେ ରେଳ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି, ତାଙ୍କର ଏହି କାର୍ଯ୍ୟକାଳ ସମୟରେ କୋଲକାତାରୁ ଢାକା ପର୍ଯ୍ୟନ୍ତ ମୈତ୍ରୀ ଏକ୍ସପ୍ରେସର ଉଦ୍‌ଘାଟନ କରାଯାଇଥିଲା। 

ଶ୍ରୀମତୀ ସିହ୍ନା ଆଲ୍ହାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଟନ୍ତି ଏବଂ ତାଙ୍କର ଫଟୋଗ୍ରାଫିରେ ଆଗ୍ରହ ରହିଛି। 

BS


(ରିଲିଜ ଆଡି: 1954147) ପରିଦର୍ଶକ କାଉଣ୍ଟର : 243
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Gujarati , Tamil , Telugu