ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସକୁ ସଫଳ ଯାତ୍ରା ପରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉତ୍ସାହଜନକ ସ୍ୱାଗତ

प्रविष्टि तिथि: 26 AUG 2023 10:04AM by PIB Bhubaneshwar

ଆଜି ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ଗ୍ରୀସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକ ଏବଂ ଆଲୋଚନା କରିଥିଲେ। ସେ ଉଭୟ ଦେଶର ଭାରତୀୟ ଗୋଷ୍ଠୀ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଭିସି ମାଧ୍ୟମରେ ଚନ୍ଦ୍ରଯାନ -3 ମୁନ ଲ୍ୟାଣ୍ଡର ଅବତରଣକୁ ଦେଖିଥିବା ପ୍ରଧାନମନ୍ତ୍ରୀ ପରେ ଇସ୍ରୋ ଟିମ ସହ ସାକ୍ଷତ କରିବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। 

ହାଲ ବିମାନବନ୍ଦର ବାହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଜନସାଧାରଣଙ୍କୁ ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ କହି ସମ୍ବୋଧିତ କରିଥିଲେ। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଏହି ଉଲ୍ଲେଖନୀୟ ସଫଳତା ଉପରେ ସେ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସରେ ମଧ୍ୟ ସମାନ ଉତ୍ସାହକୁ ଦେଖିବାକୁ ପାଇଛନ୍ତି।  

ଇସ୍ରୋ ଟିମ୍ ସହିତ ସାକ୍ଷାତ କରିବାକୁ ତାଙ୍କର ଆଗ୍ରହ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଫେରିବା ପରେ ପ୍ରଥମେ ବେଙ୍ଗାଲୁରୁ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରୋଟୋକଲ ସହ ଜଡିତ କୌଣସି ସମସ୍ୟା ନକରି ତାଙ୍କ ଅନୁରୋଧ ରକ୍ଷା କରିଥିବାରୁ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଜନ ସାଧାରଣଙ୍କ ମଧ୍ୟରେ ଉତ୍ସାହକୁ ଲକ୍ଷ୍ୟ କରି ରୋଡ ସୋରେ ଚନ୍ଦ୍ରଯାନ ଟିମ୍ ସହିତ ସାକ୍ଷାତ କରିବାକୁ ଇସ୍ରୋ କୁ ଯାଇଥିଲେ।

BS


(रिलीज़ आईडी: 1952481) आगंतुक पटल : 137
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam