ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇରାନ୍ ଇସଲାମିକ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 AUG 2023 11:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 15ଶ ବ୍ରିକ୍‌ସ ଶିଖର ସମ୍ମିଳନୀ ଅବସରରେ 24 ଅଗଷ୍ଟ 2023 ରେ ଜୋହାନ୍ସବର୍ଗ ଠାରେ ଇରାନ୍ ଇସଲାମିକ୍ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଡା. ସୟଦ୍ ଇବ୍ରାହିମ୍ ରାଇସିଙ୍କ ସହିତ ସାକ୍ଷାତ କରିଛନ୍ତି।

ଉଭୟ ନେତା ବ୍ୟବସାୟ ଏବଂ ନିବେଶ, କନେକ୍‌ଟିଭିଟି, ଶକ୍ତି ଓ ଆତଙ୍କବାଦକୁ ଦମନ କରିବା ପରି ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ମଜବୁତ୍ କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ଚାବହାର ପ୍ରକଳ୍ପ ସହିତ ମୌଳିକ ଢାଞ୍ଚା ସହଯୋଗକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଉଭୟ ନେତା ଆଫଗାନିସ୍ତାନ ସହିତ କ୍ଷେତ୍ରୀୟ ବିକାଶ ବିଷୟରେ ମଧ୍ୟ ବିଚାରର ଆଦାନ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାଇସିଙ୍କୁ ବ୍ରିକ୍‌ସ ପରିବାରେ ସାମିଲ୍ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଇରାନର ରାଷ୍ଟ୍ରପତି ରାଇସି ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଇରାନର ବ୍ରିକ୍‌ସ ସଦସ୍ୟତା ପାଇଁ ଭାରତର ସମର୍ଥନ ହେତୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

BS


(ରିଲିଜ ଆଡି: 1951937) ପରିଦର୍ଶକ କାଉଣ୍ଟର : 141