ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
ଖଦୀ କାରିଗର ଓ ବିଶ୍ବକର୍ମାଙ୍କୁ ସ୍ବଧୀନତା ଦିବସରେ ଯୋଗଦେବାକୁ ନିମନ୍ତ୍ରଣ
ପୋଷ୍ଟ କରାଯିବା ଦିନାଙ୍କ:
13 AUG 2023 1:04PM by PIB Bhubaneswar
ଖଦୀ କାରିଗର ଓ ଅନ୍ୟାନ୍ୟ ୧୮ଟି ବିବିଧ କ୍ଷେତ୍ରରୁ ବିଶ୍ବକର୍ମାମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ସ୍ବାଧୀନତା ଦିବସରେ ନୂଆଦିଲ୍ଲୀ ଲାଲକିଲ୍ଲାରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି।
ନୂଆଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଦେଶର ୧୮ ଶହ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଙ୍କୁ ଏଥର ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ପତାକା ଉତ୍ତୋଳନ ସହ ତାଙ୍କର ଦେଶ ଉଦ୍ଦେଶ୍ୟରେ ଅଭିଭାଷଣ ଶୁଣିବାକୁ ଭାରତ ସରକାର ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି।
ଏମଏସଏମଇ ମନ୍ତ୍ରଣାଳୟ ୫୦ ଜଣ ଖଦୀ କାରିଗର ଓ ୬୨ ଜଣ ବିଶ୍ବକର୍ମାଙ୍କୁ ୧୮ଟି ବିଭିନ୍ନ ବେଉଷାରୁ ସେମାନଙ୍କ ପତ୍ନୀଙ୍କ ସହ ଚଳିତ ବର୍ଷ ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅଗଷ୍ଟ ୧୫, ୨୦୨୩ ଦିନ ଜାତୀୟ ପତାକା ଉତ୍ତୋଳନରେ ଯୋଗ ଦେବା ପରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଶ୍ରୀ ନାରାୟଣ ରାଣେଙ୍କ ବାସଭବନରେ ଅନୁଷ୍ଠିତ ସମାରୋହରେ ମଧ୍ୟ ଯୋଗ ଦେବେ।
ଦେଶବ୍ୟାପୀ ଖଦୀ କାରିଗର ଓ ବିଶ୍ବକର୍ମାମାନଙ୍କୁ ଉତ୍ସବ ପାଇଁ ଆମନ୍ତ୍ରଣ କରିବା ସରକାରଙ୍କ ପକ୍ଷରୁ ସେମାନଙ୍କ ଦେଶ ପ୍ରତି ଅବଦାନ ଗଭୀର କୃତଜ୍ଞତାର ଅଂଶବିଶେଷ ଭାବେ ବିବେଚନା କରାଯାଉଛି।
***********
SM/MB
(ରିଲିଜ ଆଡି: 1948389)
ପରିଦର୍ଶକ କାଉଣ୍ଟର : 130