କୋଇଲା ମନ୍ତ୍ରଣାଳୟ
କୋଇଲା ଉତ୍ପାଦନ ବୃଦ୍ଧି ଏବଂ ଅଣ-ଅତ୍ୟାବଶ୍ୟକ ଆମଦାନୀ ହ୍ରାସ କରିବା ପାଇଁ ପଦକ୍ଷେପ
ଜୁଲାଇ ୨୦୨୩ ସୁଦ୍ଧା ଘରୋଇ କୋଇଲା ଉତ୍ପାଦନ ୯.୨% ବୃଦ୍ଧି ପାଇଛି
Posted On:
09 AUG 2023 2:13PM by PIB Bhubaneshwar
ବର୍ତ୍ତମାନର ଆମଦାନୀ ନୀତି ଅନୁଯାୟୀ, କୋଇଲାକୁ ଓପନ ଜେନେରାଲ ଲାଇସେନ୍ସ (ଓଜିଏଲ) ଅଧୀନରେ ରଖାଯାଇଛି ଏବଂ ଉପଭୋକ୍ତାମାନେ ପ୍ରଯୁଜ୍ୟ ଶୁଳ୍କ ପୈଠ କରିବା ପାଇଁ ସେମାନଙ୍କ ଚୁକ୍ତିଭିତ୍ତିକ ଚୁକ୍ତି ଅନୁଯାୟୀ ସେମାନଙ୍କ ପସନ୍ଦର ଉତ୍ସରୁ କୋଇଲା ଆମଦାନୀ କରିବାକୁ ସ୍ୱାଧୀନ ଅଟନ୍ତି । ଅଧକାଂଶ ଦେଶରେ କୋଇଲାର ଆବଶ୍ୟକତାର ସ୍ୱଦେଶୀ ଉତ୍ପାଦନ ମାଧ୍ୟମରେ ପୂରଣ ହୋଇଥାଏ। କୋଇଲାର ଘରୋଇ ଉତ୍ପାଦନ ବୃଦ୍ଧି ଏବଂ କୋଇଲାର ଅଣ-ଅତ୍ୟାବଶ୍ୟକ ଆମଦାନୀ କୁ ଦୂର କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବର୍ଷ ୨୦୨୨-୨୩ ରେ କୋଇଲା ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୪.୭୭% ବୃଦ୍ଧି ପାଇଛି। ଚଳିତ ବର୍ଷ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଘରୋଇ କୋଇଲା ଉତ୍ପାଦନ ଗତବର୍ଷ ସମାନ ସମୟ ତୁଳନାରେ ୯.୨%ରୁ ଅଧକ ବୃଦ୍ଧି ପାଇଛି। ଚଳିତ ବର୍ଷ ୨୦୨୩-୨୪ରେ ଘରୋଇ କୋଇଲା ଉତ୍ପାଦନରେ ବୃଦ୍ଧି ଘଟି ଏକ ବିଲିୟନ ଟନ୍ (ବିଟି) ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।
କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ରିପୋର୍ଟ କରିଛି ଯେ ୨୦୧୯-୨୦ ରେ ଶକ୍ତି କ୍ଷେତ୍ରକୁ ଘରୋଇ କୋଇଲା ପ୍ରାପ୍ତି ୫୬୯.୫ ମିଲିଅନ୍ ଟନରୁ ୨୦୨୨-୨୩ ରେ ୭୩୧.୭ ନିୟୁତ ଟନ୍କୁ ବୃଦ୍ଧି ପାଇଛି ଏବଂ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର୍) ୮.୬% ଅଟେ। ଏହାବ୍ୟତୀତ ଏପ୍ରିଲ ୨୦୨୩ରୁ ଜୁନ୍ ୨୦୨୩ ମଧ୍ୟରେ ଶକ୍ତି କ୍ଷେତ୍ର ଦ୍ୱାରା କୋଇଲା ଆମଦାନୀ ୧୪.୨୧ ମେଟ୍ରିକ୍ ଟନ୍ ସ୍ତରକୁ ହ୍ରାସ ପାଇଛି, ଯାହା କି ଗତବର୍ଷ ସମାନ ସମୟରେ ୧୬.୩୬ ମେଟ୍ରିକ୍ ଟନ୍ ଥିଲା। ସିଇଏର ଦୈନିକ କୋଇଲା ରିପୋର୍ଟ (ଡିସିଆର୍) ଅନୁଯାୟୀ, ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି)ରେ ୨୦୨୩ ଅଗଷ୍ଟ ୫ ତାରିଖ ସୁଦ୍ଧା ଉପଲବ୍ଧ କୋଇଲା ୩୨.୦୯ ମେଟ୍ରିକ୍ ଟନ୍ ମହଜୁଦ୍ ରହିଛି, ଯାହା ପ୍ରାୟ ୧୬ ଦିନ ପାଇଁ ଯଥେଷ୍ଟ।
କୋଇଲା ଉତ୍ପାଦନରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଗ୍ରହଣକରିଥିବା ପଦକ୍ଷେପଗୁଡ଼ିକ ଏହି ପ୍ରକାର ଅଟେ:-
- କୋଇଲା ଖଣିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ନିୟମିତ ସମୀକ୍ଷା ।
- ଖଣି ଓ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ-୨୦୨୧ ପ୍ରଣୟନକରି କ୍ୟାପ୍ଟିଭ୍ ଖଣି ମାଲିକମାନେ (ପରମାଣୁ ଖଣିଜ ବ୍ୟତୀତ) ସେମାନଙ୍କ ବାର୍ଷିକ ଖଣିଜ (କୋଇଲା ସମେତ) ଉତ୍ପାଦନର ୫୦% ପର୍ଯ୍ୟନ୍ତ ଖୋଲା ବଜାରରେ ବିକ୍ରି କରିପାରିବେ ଏବଂ ଖଣି ସହ ଜଡିତ ଶେଷ ବ୍ୟବହାର ପ୍ଲାଣ୍ଟର ଆବଶ୍ୟକତା ପୂରଣ କରିବା ପରେ ଯେପରି କେନ୍ଦ୍ର ସରକାର ଅତିରିକ୍ତ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଧାରିତ କରିପାରିବେ ।
- କୋଇଲା ଖଣିଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲ ।
- କୋଇଲା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ଅନୁମୋଦନ/ମଞ୍ଜୁରୀ ପାଇବା ପାଇଁ କୋଇଲାବ୍ଲକ ଆବଣ୍ଟନକାରୀଙ୍କ ସାହାଯ୍ୟ କରିବା ପାଇଁ ପ୍ରକଳ୍ପ ମନିଟରିଂ ୟୁନିଟ୍ ।
- ୨୦୨୦ରେ ରାଜସ୍ୱ ଭାଗିଦାରୀ ଭିତ୍ତିରେ ବାଣିଜ୍ୟିକ ଖଣି ନିଲାମ ଆରମ୍ଭ ହୋଇଥିଲା। ବାଣିଜ୍ୟିକ ଖଣି ଯୋଜନା ଅଧୀନରେ ଉତ୍ପାଦନ ତାରିଖ ପୂର୍ବରୁ ଉତ୍ପାଦିତ କୋଇଲାର ପରିମାଣ ପାଇଁ ଚୂଡ଼ାନ୍ତ ପ୍ରସ୍ତାବ ଉପରେ ୫୦% ରିହାତିର ଅନୁମତି ଦିଆଯିବ। ଏହାବ୍ୟତୀତ କୋଇଲା ଗ୍ୟାସିଫିକେସନ୍ ବା ତରଳୀକରଣ (ଚୂଡ଼ାନ୍ତ ପ୍ରସ୍ତାବ ଉପରେ ୫୦% ରିହାତି) ଉପରେ ପ୍ରୋତ୍ସାହନପ୍ରଦାନ କରାଯାଇଛି।
- କୋଲ୍ ଇଣ୍ଡିଆ ଲିମିଟେଡ୍ ଏହାର ଭୂମିଗତ (ୟୁଜି) ବହୁ ପରିମାଣରେ ଉତ୍ପାଦନ ଟେକ୍ନୋଲୋଜି (ଏମପିଟି)କୁ ଗ୍ରହଣ କରୁଛି। ମୁଖ୍ୟତଃ ନିରନ୍ତର ଖଣି (ସିଏମ୍)ରେ ଯେଉଁଠାରେ ସମ୍ଭବ।ପରିତ୍ୟକ୍ତ/ ବନ୍ଦ ହୋଇଥିବା ଖଣିଗୁଡ଼ିକର ଉପଲବ୍ଧତାକୁ ଦୃଷ୍ଟିରେ ରଖି କୋଲ୍ ଇଣ୍ଡିଆ ଲିମିଟେଡ୍ ବିପୁଳ ସଂଖ୍ୟକ ହାଇଓ୍ଵାଲ୍ (ଏଚ୍ଡବ୍ଲ୍ୟୁ)ଖଣିର ପରିକଳ୍ପନା କରିଛି। କୋଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟ ଯେଉଁଠାରେ ସମ୍ଭବ ସେଠାରେ ବଡ଼ କ୍ଷମତା ବିଶିଷ୍ଟ ୟୁଜି ଖଣି ପାଇଁ ମଧ୍ୟ ଯୋଜନା କରୁଛି।
- ଏହାର ଓପନ୍କାଷ୍ଟ (ଓସି) ଖଣିରେ କୋଲ୍ ଇଣ୍ଡିଆ ଲିମିଟେଡ୍ ରଉଚ୍ଚ କ୍ଷମତା ବିଶିଷ୍ଟ ଏକ୍ସକାଭେଟର, ଡମ୍ପର ଏବଂ ସର୍ଫେସ୍ ମାଇନରରେ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି। ଏହାର ୭ଟି ମେଗା ଖଣିରେ ପାଇଲଟ ସ୍କେଲରେ ଡିଜିଟାଇଜେସନ୍ ପ୍ରୟୋଗ କରାଯାଉଛି ଏବଂ ଆଗକୁ ଏହାର ପୁନରାବୃତ୍ତି କରାଯିବ।
- ଏସସିସିଏଲ ୨୦୨୩-୨୪ ସୁଦ୍ଧା ୬୭ ମେଟ୍ରିକ୍ ଟନ୍ ସ୍ତରରୁ ବର୍ତ୍ତମାନ ୭୫ ମେଟ୍ରିକ୍ ଟନ୍ ଉତ୍ପାଦନ କରିବାକୁ ଯୋଜନା କରିଛି | ନୂତନ ପ୍ରକଳ୍ପଗୁଡ଼ିକୁ ସ୍ଥାପନ କରିବା ପାଇଁ ନିୟମିତ ସମ୍ପର୍କ କରାଯାଉଛି | ଏହାବ୍ୟତୀତ ନୂତନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକଳାପ ଏବଂ ବିଦ୍ୟମାନ ପ୍ରକଳ୍ପଗୁଡ଼ିକର ଗତିବିଧି, ପ୍ରଗତି ଏବଂ ଉପସ୍ଥିତ ଥବା ଅଗ୍ରଗତି ନିୟମିତ ଭାବରେ ତଦାରଖ କରାଯାଉଛି।
କୋଇଲା ପରିବହନ ଏବଂ ବିତରଣ କ୍ଷମତା କୁ ବୃଦ୍ଧି କରିବା ପାଇଁ କୋଇଲା ମନ୍ତ୍ରଣାଳୟ ରେଳ ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରୁଛି । ବର୍ତ୍ତମାନ କୋଇଲା ବିତରଣ କ୍ଷମତାସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ସହଯୋଗରେ ୧୩ଟି ରେଳ ଲାଇନ୍ ନିର୍ମାଣ କରାଯାଉଛି, ଯାହା ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।
କୋଇଲାର ୧ ବିଟି ଯାନ୍ତ୍ରିକ ପରିଚାଳନା କ୍ଷମତା ହାସଲ କରିବା ପାଇଁ ୩ଟି ପର୍ଯ୍ୟାୟରେ ୮୮୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ମୋଟ ୬୭ଟି ପ୍ରଥମ ମାଇଲ୍ ସଂଯୋଗ (ଏଫଏମସି) ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତିର ଲକ୍ଷ୍ୟ ଅନୁଯାୟୀ, କୋଇଲା ମନ୍ତ୍ରଣାଳୟ ମଲ୍ଟିମୋଡାଲ ସଂଯୋଗ ବିକଶିତ କରିବା ପାଇଁ ୨୬୦୦୦ କୋଟି ଟଙ୍କା ବ୍ୟୟରେ ରେଳ ପ୍ରକଳ୍ପ ହାତକୁ ନେଇଛି ।
ଶକ୍ତି କ୍ଷେତ୍ରକୁ ନିରନ୍ତର କୋଇଲା ଯୋଗାଣ ସୁନିଶ୍ଚିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ସିଇଏ, ସିଆଇଏଲ୍ ଏବଂ ଏସସିସିଏଲର ପ୍ରତିନିଧିମାନଙ୍କୁ ନେଇ ଏକ ଆନ୍ତଃ-ମନ୍ତ୍ରଣାଳୟ ନିୟମିତ ଭାବେ ବୈଠକ କରି ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକୁ କୋଇଲା ଯୋଗାଣ ବୃଦ୍ଧି କରିବା ସହିତ ବିଦ୍ୟୁତ୍ କ୍ଷେତ୍ର ସହ ଜଡ଼ିତ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ କାର୍ଯ୍ୟକାରୀ ନିଷ୍ପତ୍ତି ଗ୍ରହଣ କରୁଛି। ଏହାବ୍ୟତୀତ କୋଇଲା ଯୋଗାଣ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ନଜର ରଖିବା ପାଇଁ ରେଳବୋର୍ଡ ଅଧ୍ୟକ୍ଷ, କୋଇଲା ମନ୍ତ୍ରଣାଳୟର ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଏବଂ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ନେଇ ଏକ ଆନ୍ତଃମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନ କରାଯାଇଛି।
କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
****
NS/MB
(Release ID: 1947315)