ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି



ଭାରତ ଏବଂ ଦକ୍ଷିଣ ଆଫ୍ରିକା କୂଟନୈତିକ ସମ୍ପର୍କର ୩୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତି ଉପରେ ଧ୍ୟାନ ଦେଇଛନ୍ତି

ବ୍ରିକ୍ସ ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି

ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଜୋହାନ୍ସବର୍ଗ ଗସ୍ତକୁ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ରାମାଫୋସା ଭାରତର ଜି -୨୦ ଅଧ୍ୟକ୍ଷତାକୁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

प्रविष्टि तिथि: 03 AUG 2023 8:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ମାଟେମେଲା ସାଇରିଲ ରାମାଫୋସାଙ୍କ ସହ ଟେଲିଫୋନେ ଯୋଗେ କଥା ହୋଇଛନ୍ତି ।

ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ଅଗ୍ରଗତିର ସକାରାତ୍ମକ ମୂଲ୍ୟାଙ୍କନ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ପାଳନ କରାଯାଉଥିବା ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କର ତିରିଶ ବର୍ଷ ପୂର୍ତ୍ତି ପ୍ରସଙ୍ଗ ବି ରହିଛି ।

ଅଗଷ୍ଟ ୨୨-୨୪, ୨୦୨୩ ରେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ବ୍ରିକ୍ସ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ରାମାଫୋସା ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ଏହାର ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ସମ୍ମିଳନୀରେ ଭାଗ ନେବାକୁ ସେ ଜୋହାନ୍ସବର୍ଗ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ସେମାନେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଅନେକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ।

ଚାଲିଥିବା ଜି -୨୦ ର ଅଧ୍ୟକ୍ଷ ଭାବରେ ଭାରତର ପଦକ୍ଷେପକୁ ରାଷ୍ଟ୍ରପତି ରାମାଫୋସା ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ଜି -୨୦ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଗସ୍ତକୁ ଅପେକ୍ଷା କରିଥିବା କହିଛନ୍ତି ।

ଉଭୟ ନେତା ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି ।

HS


(रिलीज़ आईडी: 1945651) आगंतुक पटल : 219
इस विज्ञप्ति को इन भाषाओं में पढ़ें: हिन्दी , English , Urdu , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam