ଉପରାଷ୍ଟ୍ରପତିଙ୍କ ସଚିବାଳୟ

କାର୍ଗିଲ ବିଜୟ ଦିବସ ଅବସରରେ ସଦନରେ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତିଙ୍କ ବକ୍ତବ୍ୟ

Posted On: 26 JUL 2023 12:11PM by PIB Bhubaneshwar

ମାନନୀୟ ସଦସ୍ୟଗଣ, ଆଜି କାର୍ଗିଲ ବିଜୟ ଦିବସର ୨୪ତମ ବର୍ଷ ପୂର୍ତ୍ତି ଅଟେ ୧୯୯୯ ମସିହାରେ ଆଜିର ଦିନରେ ଆମର ବୀର ଯବାନମାନେ ନିଜର ଅଦମସ୍ୟ ସାହସ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା କାର୍ଗିଲରେ ଆମ ସୀମାରୁ ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇ ଦେଇଥିଲେ

ଆସନ୍ତୁ ଆମେ କାର୍ଗିଲ ଯୁଦ୍ଧରେ ସହିଦ୍ ହୋଇଥିବା ଲୋକମାନଙ୍କ ପ୍ରତି କୃତଜ୍ଞତାପୂର୍ବକ ନିଜର ମଥା ନୁଆଁଇବା ଏହା ସହିତ ଆମ ସୈନ୍ୟବାହିନୀ ଏବଂ କର୍ମୀମାନଙ୍କୁ ମଧ୍ୟ ସଲାମ, ଯିଏ ଆମ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି

ଆମର ସାହସୀ ସୈନିକମାନେ ଅନୁକରଣୀୟ ତଥା ନିଜର ଅଦମ୍ୟ ସାହସ ଦ୍ୱାରା, ଦୁର୍ଗମ ଅଞ୍ଚଳରୁ ଏବଂ ବହୁତ ପ୍ରତିକୂଳ ପାପ ସତ୍ତ୍ୱେ ମଧ୍ୟ ସାମ୍ନା କରି ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ସେମାନଙ୍କର ଦୁଃସାହସିକତାର ଗାଥା ଆମକୁ ପ୍ରତ୍ୟେକ ଦିନ ଦେଶର ସେବା ପାଇଁ ପ୍ରେରଣା ଯୋଗାଇଥାଏ

ମାନନୀୟ ସଦସ୍ୟଗଣ, ଆସନ୍ତୁ କାର୍ଗିଲ ବିଜୟ ଦିବସ ପାଳନ କରିବା ଅବସରରେ ଆମର ବାହାଦୁର ସୈନିକମାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରିବା ଏହା ଆପଣମାନଙ୍କ ପାଇଁ ଭାରତକୁ ସର୍ବାଗ୍ରେ ରଖିବା ପାଇଁ ନିଜକୁ ପୁନଃ ସମର୍ପିତ କରିବାର ମଧ୍ୟ ଅବସର ଅଟେ

ଏହି ପ୍ରତିଷ୍ଠଇତ ସଦନ ପକ୍ଷରୁ ଏବଂ ଆମମାନଙ୍କ ପକ୍ଷରୁ, ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ଆମର ସୈନିକମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ମୁଁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ସ୍ଥାନରେ ଛିଡ଼ା ହୋଇ ଆମର ବାହାଦୁର ସୈନିକମାନଙ୍କ ସ୍ମୃତିରେ ସମ୍ମାନ ସ୍ୱରୂପ ମୌନ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତୁ

 

NS/MB



(Release ID: 1942802) Visitor Counter : 77