ଖଣି ମନ୍ତ୍ରଣାଳୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ୧ ବର୍ଷ ପୂରଣ

Posted On: 25 JUL 2023 8:04PM by PIB Bhubaneshwar

ରାଷ୍ଟ୍ରପତି ମୁର୍ମୁଙ୍କ କାର୍ଯ୍ୟକାଳର ଏକ ବର୍ଷ ପୂରଣ ହୋଇଛି ସେ ରାଷ୍ଟ୍ରପତି ଭବନରେ ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି କାର୍ଯ୍ୟକାଳର ଏକ ବର୍ଷ ସମ୍ପୂର୍ଣ୍ଣ ଅବସରରେ -ବୁକ୍ ମଧ୍ୟ ଉଦଘାଟନ କରିଛନ୍ତି

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୫ ଜୁଲାଇ, ୨୦୨୩) ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସମ୍ପୂର୍ଣ୍ଣ କରିଛନ୍ତି

ପ୍ରଯୁକ୍ତି ବିଦ୍ୟା ଯୋଗୁ ରାଷ୍ଟ୍ରପତି ଭବନ ଗତ ବର୍ଷକ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଗାଯୋଗ କରା ଯାଇଥିବାରୁ ରାଷ୍ଟ୍ରପତି ଖୁସୀ ପ୍ରକଟ କରିଛନ୍ତି ପ୍ରଯୁକ୍ତି ନବୋନ୍ମେଷ ବଳରେ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଏହି ପଦ୍ଧତିକୁ ଅଧିକ ସ୍ୱଚ୍ଛ କ୍ରିୟାଶୀଳ କରିବେ ବୋଲି ସେ ବିଶ୍ୱାସ କରନ୍ତି ରାଷ୍ଟ୍ରପତି କାର୍ଯ୍ୟକାଳର ବର୍ଷ ପୂରିଥିବାରୁ ରାଷ୍ଟ୍ରପତି ମୁର୍ମୁ ଅନେକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ସେଗୁଡ଼ିକ ମଧ୍ୟରେ-

. ରାଷ୍ଟ୍ରପତି ଭବନ ପରିସରରେ ଥିବା ଶିବ ମନ୍ଦିରର ପୁନର୍ବିକାଶ ନିମନ୍ତେ ଶିଳାନ୍ୟାସ କରିଛନ୍ତି

. ପ୍ରେସିଡେଣ୍ଟ ଇଷ୍ଟେଟ ମଧ୍ୟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ଖେଳ ପଡ଼ିଆର ଏକ କ୍ରିକେଟ ପାଭିଲିଅନ ନିର୍ମାଣର ଶିଳାନ୍ୟାସ କରିଛନ୍ତି

. ଇନଟେଲ ଇଣ୍ଡିଆ ସହ ମିଶି ରାଷ୍ଟ୍ରପତି ଭବନରେ କୃତ୍ରିମ ମେଧା ପରିଚାଳିତ ନବାଚାରକୁ ଉଦଘାଟନ କରିଛନ୍ତି ଏହି ଗ୍ୟାଲେରୀରେ ବୁଡ଼ାଇ ରଖିôବା ନବୋନ୍ମେଷ ଭାରତୀୟ କୃତ୍ରିମ ସମାଧାନ ପନ୍ଥା ରହିଛି ଏହା ଭାରତୀୟ ଛାତ୍ରଛାତ୍ରୀ ପ୍ରଶିକ୍ଷକମାନଙ୍କ ଦ୍ୱାରା ବିକଶିତ ହୋଇଛି ଏଥିରେ ପରସ୍ପର ଆଦାନ ପ୍ରଦାନ ନିମନ୍ତେ ଛଅଟି ବ୍ୟବସ୍ଥା ରହିଛି, ଯାହା ରାଷ୍ଟ୍ରପତି ଭବନର ଉକ୍ରର୍ଷ ପ୍ରଦର୍ଶନ କରି କୃତ୍ରିମ ମେଧା କୌଶଳର ପରିବ୍ୟାପ୍ତି ନେଇ ସନ୍ତୋଷ ଦେଇଥାଏ

. ରାଷ୍ଟ୍ରପତି ଭବନର ବୟନ ସଂଗ୍ରହ ସୂତ୍ର-କଳା-ଦର୍ପଣକୁ ମଧ୍ୟ ଉଦଘାଟନ କରିଥିଲେ ଏହି ଗ୍ୟାଲରୀରେ ଐତିହ୍ୟ ସମ୍ପନ୍ନ ବୟନ ସାମଗ୍ରୀ ସମ୍ପର୍କରେ ଦସ୍ତାବିଜମାନ ରହିଛି ଏହା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ଇଚ୍ଛାପତ୍ର ଭଳି ରହିଛି ରାଷ୍ଟ୍ରପତି ଭବନ ହେଉଛି ବିଭିନ୍ନ ବୟନ ପରମ୍ପରା ଗନ୍ତାଘର ନାରଦୋଜୀ ଏବଂ ସୁନାଜରି ମଖମଲ ଗାଲିଚା, ଶୟନ ଟେବୁଲ ଚାମ୍ବରରୁ ଆରମ୍ଭ କରି ସୂକ୍ଷ୍ମ କାର୍ପାସ ସିଲ୍କ ଘୋଡ଼େଇବା ବସ୍ତ୍ରମାନ ରହିଛି ପ୍ରତ୍ୟେକ ଅପୂର୍ବ ସାମଗ୍ରୀ କେବଳ କଳା ଚାତୁରୀରେ ପରିପୂର୍ଣ୍ଣ ନୁହଁ, ବରଂ ଏହା ଏହି ଐତିହ୍ୟ ସମ୍ପନ୍ନ ମୂଲ୍ୟବାନ ଦସ୍ତାବିଜ ଭାବେ ପରିଗଣିତ ହୁଏ

. ଜନଜାତୀୟ ଦର୍ପଣ ଗ୍ୟାଲେରୀର ମଧ୍ୟ ଉଦଘାଟନ କରିଛନ୍ତି ଏହା ବିଭିନ୍ନ ଆଦିବାସୀ ଗୋଷ୍ଠୀର ସାଂସ୍କୃତିକ ବିଶେଷତାକୁ ଦର୍ଶାଇଥାଏ ସମୃଦ୍ଧ କଳା, ସଂସ୍କୃତି ଆଦିବାସୀ ଗୋଷ୍ଠୀର ଏହି ଦେଶ ଗଠନର ଅବଦାନ ସମ୍ପର୍କରେ ଜଣାଇବା ଏହି ଗ୍ୟାଲେରୀର ଲକ୍ଷ୍ୟ ଏହି ଗ୍ୟାଲେରୀ ବିଭିନ୍ନ ବିଷୟବସ୍ତୁ ଉପରେ ଅଧାରିତ ସେଗୁଡ଼ିକ ମଧ୍ୟରେ ଲୋକଲୋଚନ ଅନ୍ତରାଳରେ ରହି ଯାଇଥିବା ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ, ପାରମ୍ପରିକ ପ୍ରାକୃତିକ ସମ୍ବଳ ପରିଚାଳନା ଚଳଣି ଯେପରି ହଲମା, ଡୋକ୍ରା କଳା, ବାଦ୍ୟ ଯନ୍ତ୍ର, ଗୁଞ୍ଜାଲା ଗୋଣ୍ଡି ଇପି, କୃଷି ଘରକରଣା ଉପକରଣ, ବାଉଁଶ ଟୋକେଇ, ବୟନ ସାମଗ୍ରୀ, ଚିତ୍ର କଳା ଯେପରିକି ଓର୍ଲି, ଗୋଣ୍ଡି ମଡ଼ ଆର୍ଟ, ସ୍କ୍ରୋଲ, ମୁଖା ଗହଣା, ଧାତୁଦ୍ରବ୍ୟ, ଅସ୍ତ୍ରଶସ୍ତ୍ର ଟାଟୁ ପ୍ରଦର୍ଶନକାରୀ ସମକାଳୀନ ଫଟୋ, ପରିବେଶ ପ୍ରଭୂତ୍ୱ ବର୍ଣ୍ଣନା ଥାଇ ଚିତ୍ରାବଳୀ ଇତ୍ୟାଦି ଇନ୍ଧିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନସିଏ) ଏବଂ ରାଷ୍ଟ୍ରପତି ଭବନର ସମନ୍ୱୟରେ ଏହି ଗ୍ୟାଲେରୀ ତିଆରି ହୋଇଛି

. ଭାରତର ରାଷ୍ଟ୍ରପତି ରାଷ୍ଟ୍ରପତି ପୁନଃ ବିକଶିତ ୱେବସାଇଟ ରାଷ୍ଟ୍ରପତିଙ୍କ ସଚିବ ଶ୍ରୀ ରାଜେଶ ବର୍ମା, ଏନଆଇସି ମହାନିର୍ଦେଶକ ଶ୍ରୀ ରାଜେଶ ଗାରା, ରାଷ୍ଟ୍ରପତି ଭବନ ଏନଆଇସିର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥଲା ରାଷ୍ଟ୍ରପତି ମଧ୍ୟ ଗତ ବର୍ଷକର ରାଷ୍ଟ୍ରପତିତ୍ୱ ସମ୍ପର୍କିତତ ସଂକଳିତ -ପୁସ୍ତକ ଉପରେ ନଜର ପକାଇଥିଲେ

(ଲିଙ୍କ୍- https://rb.nic.in/rbebook.htm)

. ‘ସ୍ୱାସ୍ଥ୍ୟ ରକ୍ଷା ପପମ୍ପରା ପାଳନଶୀର୍ଷକ ପ୍ରଥମ ପୁସ୍ତକ ନକଲ ରାଷ୍ଟ୍ରପତି ଭବନ ଆୟୁଷ ସୁଧାର କେନ୍ଦ୍ରରେ ଗ୍ରହଣ କରିଥିଲେ

ୱେବସାଇଟ ଉନ୍ମୋଚନ କାଳରେ ରାଷ୍ଟ୍ରପତିଙ୍କ ସଚିବ କହିଥିଲେ ଯେ ଗତ ବର୍ଷକ ମଧ୍ୟରେ ରାଷ୍ଟ୍ରପତି ଭବନ ଅନେକ ନାଗରିକ ସୁଲଭ ପଦକ୍ଷେପ ନେଇଛି ସେଗୁଡ଼ିକ ମଧ୍ୟରେ ମେସେବ୍ରା ରାଷ୍ଟ୍ରପତି ନୀଳୟମ ରାଷ୍ଟ୍ରପତି ନିବାସରେ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ରଖିବା, ଅମୃତ ଉଦ୍ୟାନର ଖୋଲା ରଖିବା ସମୟ ବୃଦ୍ଧି ପରିଦର୍ଶନ ଭ୍ରମଣ ଦଫା ବୃଦ୍ଧି ରାଷ୍ଟ୍ରପତି ଇଷ୍ଟେଟର ସାମଗ୍ରିକ କାର୍ଯ୍ୟ ବାତାବରଣ ଉନ୍ନତ କରିବା ପାଇଁ ଏକ ଚିନ୍ତନ ଶିବର ମଧ୍ୟ ଆୟୋଜିତ ହୋଇଥିଲା ସମସ୍ତ ପଦକ୍ଷେପର ପୃଷ୍ଠପୋଷକତା ମାର୍ଗଦର୍ଶନ ପାଇଁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ

 

SM/MB



(Release ID: 1942590) Visitor Counter : 101