ରାଷ୍ଟ୍ରପତିଙ୍କ ସଚିବାଳୟ

ଭାରତୀୟ ବନ ସେବା ଏବଂ ଭାରତୀୟ ପ୍ରତିରକ୍ଷା ସମ୍ପତ୍ତି ସେବାର ଅଧିକାରୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି

Posted On: 24 JUL 2023 12:49PM by PIB Bhubaneshwar

ଭାରତୀୟ ବନ ସେବା (୨୦୨୨ ବ୍ୟାଚ) ଏବଂ ଭାରତୀୟ ପ୍ରତିରକ୍ଷା ସମ୍ପତ୍ତି ସେବା (୨୦୧୮ ଏବଂ ୨୦୨୨ ବ୍ୟାଚ) ଅଧିକାରୀ/ ପ୍ରମୁଖ ଅଧିକାରୀମାନେ ଆଜି (୨୪ ଜୁଲାଇ, ୨୦୨୩) ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରିଛନ୍ତି

ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ପ୍ରଶାସନିକ ସେବା ଭାବରେ ତାଙ୍କର ଯାତ୍ରା ଏପରି ସମୟରେ ଆରମ୍ଭ ହୋଇଛି, ଯେତେବେଳେ ଭାରତ ବୈଶ୍ୱିକ ସ୍ତରରେ ନେତୃତ୍ୱ ହାସଲ କରିଛି ଭାରତ ନିଜର ସାଂସ୍କୃତିକ ସମୃଦ୍ଧି ସହିତ ନିଜର ଟେକ୍ନୋଲୋଜିର ପ୍ରଗତି ପାଇଁ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ଭାରତ ବିଶ୍ୱକୁ ଦର୍ଶାଇଛି ଯେ ବୈଷୟିକ ଏବଂ ପରମ୍ପରା ସହିତ ସେ ଗତି କରିପାରିବ

ରାଷ୍ଟ୍ରପତି କହିଛନ୍ତି ଯେ ଏହା ଭାରତୀୟ ପ୍ରତିରକ୍ଷା ସମ୍ପତ୍ତି ସେବାର ଅଧିକାରୀମାନଙ୍କ କର୍ତ୍ତବ୍ୟ ଅଟେ ଯେ ସେମାନେ ଏହାକୁ ସୁନିଶ୍ଚିତ କରିବେ ଯେ ତାଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ସେବା ଏବଂ ସୁବିଧାଗୁଡ଼ିକ ପରିବେଶ ସହିତ ଅନୁକୂଳ ଏବଂ ସୁନିଶ୍ଚିତ ହେଉ ସେ କହିଛନ୍ତି ଯେ ବୈଷିୟକ ସୁଶାସନକୁ ସକ୍ଷମ ଏବଂ ତାହାକୁ ଡୋମେନ୍ ବିଶେଷଜ୍ଞତା ସହିତ ନିଜର ଟେକ୍ନୋଲୋଜିର କୌଶଳରେ ସୁଧାର କରିବା ଆବଶ୍ୟକ ସେ କହିଛନ୍ତି ଯେ କ୍ୟାଣ୍ଟେନମେଣ୍ଟଗୁଡ଼ିକର ପ୍ରଭାବଶାଳୀ ପ୍ରଶାସନ ଏବଂ ସୁରକ୍ଷା ଭୂମିର ପ୍ରବନ୍ଧନ ପାଇଁ ବୈଷୟିକ ଜ୍ଞାନକୁ ଅଧିକ ମାତ୍ରାରେ ଯଥାସମ୍ଭବ ଉପଯୋଗ କରିବା ଉଚିତ

ଭାରତୀୟ ବନ ସେବାର ଅନୁସନ୍ଧାନକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତର ଜଳବାୟୁ ଏବଂ ଭୌଗଳିକ ସ୍ଥିତି ଜଙ୍ଗଲ ବୃଦ୍ଧି ସହିତ ଅତି ନିକଟତର ଭାବେ ଯୋଡ଼ି ହୋଇ ରହିଛି ଜଙ୍ଗଲ ଏବଂ ଜଙ୍ଗଲ ଜୀବଜନ୍ତୁ ଯେଉଁମାନଙ୍କୁ ଜଙ୍ଗଲ ସାହାରା ଦେଇଥାଏ, ଆମ ଦେଶର ଅମୂଲ୍ୟ ସମ୍ପଦ ଏବଂ ଐତିହ୍ୟ ଅଟେ ସେ କହିଛନ୍ତି ଯେ ପର୍ଯ୍ୟାବରଣରେ ଅବନ୍ନତି, ଜଙ୍ଗଲ କ୍ଷେତ୍ରରେ କମ ରହିବା, ଗ୍ଲୋବାଲ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନରେ ବିପଦ ବୈଶ୍ୱିକ ଆଳୋଚନା ଏବଂ ଭାଗିଦାରୀ କେନ୍ଦ୍ରରେ ରହିଛି ସେଥିପାଇଁ ପରିବେଶ ସଂରକ୍ଷଣ ଏକବିଂଶ ଶତାବ୍ଦୀ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଯାଇଛି ଭାରତରେ ବିଶ୍ୱକୁଲାଇଫ - ଲାଇଫଷ୍ଟାଇଲ ଫର ଏନଭାୟାରମେଣ୍ଟ ମନ୍ତ୍ର ଦେଇଛି ଜଙ୍ଗଲ ସମାଧାନର ଏକ ଅଭିନ୍ନ ଅଙ୍ଗ ରହିଛି ଏବଂ ଭାରତୀୟ ବନ ସେବାର ଅନୁସନ୍ଧାନକାରୀମାନେ ସମାଧାନ ପ୍ରଦାନକାରୀଙ୍କ ମଧ୍ୟରୁ ଅନ୍ୟତମ ସେମାନଙ୍କ ଠାରୁ ଅପେକ୍ଷା ରହିଛି ଯେ ସେମାନେ ଏହି ମନ୍ତ୍ରକୁ ବ୍ୟାବହାରିକ କ୍ରିୟାନ୍ୱୟନ ପାଇଁ ଅନେକ ପ୍ରୟାସ କରନ୍ତୁ

 

NS/MB



(Release ID: 1942420) Visitor Counter : 69