ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଜି୨୦ ଅଧ୍ୟକ୍ଷତା ଉପରେ ୬ଷ୍ଠ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ


ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ପ୍ରଶାସନିକ ଆୟୋଜନର ସମୀକ୍ଷା କରିଛନ୍ତି

ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ବିଭାଗ 'ସମ୍ପୂର୍ଣ୍ଣ ସରକାର' ଆଭିମୁଖ୍ୟ ନେଇ କାର୍ଯ୍ୟ କରନ୍ତୁ : ଡକ୍ଟର ପି.କେ. ମିଶ୍ର

ବିଭିନ୍ନ ସଂସ୍ଥାର କାର୍ଯ୍ୟକୁ ସୁଗମ ଓ ସମନ୍ବିତ କରିବା ପାଇଁ ସମ୍ମିଳନୀ ସ୍ଥଳରେ ଡ୍ରାଏ ରନ୍ ଏବଂ ମକ୍ ଏକ୍ସରସାଇଜ ଆୟୋଜନ ହେବ

Posted On: 17 JUL 2023 8:05PM by PIB Bhubaneshwar

ଭାରତର ଜି -୨୦ ଅଧ୍ୟକ୍ଷତା ଉପରେ ଷଷ୍ଠ ସମନ୍ୱୟ କମିଟିର ବୈଠକ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ଏବଂ ସମ୍ମିଳନୀ କକ୍ଷ (ଆଇଇସିସି) ରେ ଅନୁଷ୍ଠିତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ.ମିଶ୍ର ୯ ଓ ୧୦ ସେପ୍ଟେମ୍ବର, ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀ ସହ ଜଡିତ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ଏହି ପରିପ୍ରେକ୍ଷୀରେ, ସମ୍ମିଳନୀ ସ୍ଥଳରେ ପ୍ରୋଟୋକଲ୍‌, ସୁରକ୍ଷା, ବିମାନବନ୍ଦର ସହିତ ସମନ୍ୱୟ, ଗଣମାଧ୍ୟମ, ଭିତ୍ତିଭୂମି ନବୀକରଣ ଏବଂ ଦିଲ୍ଲୀ ଏବଂ ପଡୋଶୀ ରାଜ୍ୟଗୁଡିକର ସ୍ଥିତି ଇତ୍ୟାଦି ସମ୍ବନ୍ଧରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି । ଡକ୍ଟର ମିଶ୍ର ସମସ୍ତ ବିଭାଗକୁ ଭେଟିବା ସହିତ ଜି୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଏକ 'ସମ୍ପୂର୍ଣ୍ଣ ସରକାର' ଆଭିମୁଖ୍ୟରେ କାର୍ଯ୍ୟ କରିବାକୁ କହିଛନ୍ତି ।

କମିଟି ସଦସ୍ୟମାନେ ବିଭିନ୍ନ ବୈଠକ ପାଇଁ ପ୍ରସ୍ତାବିତ ସ୍ଥାନଗୁଡିକ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସୂଚନା ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ଡ୍ରାଏ ରନ୍ / ମକ୍ ଏକ୍ସରସାଇଜ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ବିଭିନ୍ନ ସଂସ୍ଥାଗୁଡିକ ନିରନ୍ତର ଭାବରେ କାର୍ଯ୍ୟ କରିବେ । କମିଟି ଆଗାମୀ ଜି -୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ପ୍ରସ୍ତୁତି ଦିଗରେ କାର୍ଯ୍ୟ ପାଇଁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାମା ପ୍ରଦାନ କରିଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପୁନଃ ସମୀକ୍ଷା ପାଇଁ ପୁଣି ଥରେ ଡକାଇବାକୁ ନିଷ୍ପତ୍ତି ନେଇଛି ।

ସମନ୍ୱୟ କମିଟିର ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ ଜି୨୦ ବୈଠକ ଏବଂ ଭାରତର ଜି୨୦ ଅଧ୍ୟକ୍ଷତାରେ ଧାର୍ଯ୍ୟ ଅବଶିଷ୍ଟ ବୈଠକର ସମୀକ୍ଷା ପାଇଁ ଏକ ସୁଯୋଗ ପ୍ରଦାନ କରିଛି । କମିଟି ଉଲ୍ଲେଖ କରିଛି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ପାଇଁ ଏହା ଆଜି ପର୍ଯ୍ୟନ୍ତ ଦେଶର ୫୫ ଟି ବିଭିନ୍ନ ସ୍ଥାନରେ ୧୭୦ ଟି ବୈଠକ ଆୟୋଜନ କରିଛି । ୨୦୨୩ ଜୁଲାଇ ଏବଂ ଅଗଷ୍ଟ ମାସରେ ଅନେକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଜି -୨୦ ର ଭାରତର ଅଧ୍ୟକ୍ଷତା ସହ ଜଡିତ ସମସ୍ତ ପ୍ରସ୍ତୁତି ତଥା ବ୍ୟବସ୍ଥାର ତଦାରଖ କରିବାକୁ କ୍ୟାବିନେଟ୍ ଦ୍ୱାରା ସମନ୍ୱୟ କମିଟିକୁ ଅନୁମତି ଦିଆଯାଇଛି । ଆଜି ପର୍ଯ୍ୟନ୍ତ ସମନ୍ୱୟ କମିଟିର ପାଞ୍ଚଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ଭାରତର ଜି -୨୦ ଅଧ୍ୟକ୍ଷତା ସହ ଜଡିତ ର୍ନିଦ୍ଦିଷ୍ଟ ମହତ୍ତ୍ୱପୂର୍ଣ୍ଣ ତଥା କାର୍ଯ୍ୟକ୍ରମର ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନେକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏନଏସଏ, ଶ୍ରୀ ଅଜିତ ଡୋଭାଲ, ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଶ୍ରୀ ଭି.କେ. ସାକସେନା, କ୍ୟାବିନେଟ୍‍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଉପସ୍ଥିତ ଥିଲେ ।

HS



(Release ID: 1940326) Visitor Counter : 127