ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ-ୟୁଏଇ ଜଳବାୟୁ ପରିବର୍ତ୍ତନ ନେଇ ମିଳିତ ବିବୃତ୍ତି

Posted On: 15 JUL 2023 6:16PM by PIB Bhubaneshwar

ଭାରତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମିଳିତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଅଲ ନାହ୍ୟାନ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନର ଜରୁରୀ ସମାଧାନ ନେଇ ସମ୍ମତି ବ୍ୟକ୍ତ କରିଛନ୍ତି । ତେବେ ଏହି ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ଜାତିସଂଘ ଜଳବାୟୁ ପରିବର୍ତ୍ତନର ମୌଳିକ ନୀତି ଓ ଦାୟିତ୍ୱ (ୟୁଏନଏଫସିସିସି) ଓ ପ୍ୟାରିସ ରାଜିନାମା ଅନୁସାରେ ସମ୍ପନ୍ନ କରିବାକୁ ସହମତ ହୋଇଛନ୍ତି । ଉଭୟ ନେତା ଜଳବାୟୁ ପରିବର୍ତ୍ତନ ନେଇ ଅଙ୍ଗାରକାମ୍ଲ ଉତ୍ସରଣ ସମସ୍ୟା ଓ ସ୍ୱଚ୍ଛ ଇନ୍ଧନ ନେଇ ସହଯୋଗ କରିବା ତଥା ୟୁଏନଏଫସିସିସିର ୨୮ତମ ଅଧିବେଶନରେ ଆଖିଦୃଶିଆ ଓ ସକାରାତ୍ମକ ଫଳାଫଳ ନେଇ କାର୍ଯ୍ୟ କରିବାକୁ ମଧ୍ୟ ସମ୍ମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ରେ COP-28ର ଆୟୋଜନ ହୋଇଥିବାରୁ ୟୁଏଇକୁ ଅଭିନନ୍ଦନ ଜଣାଇବା ସହ ଏଥିରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି । ମହାମହିମ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ ଆଲ ନାହ୍ୟାନ ମଧ୍ୟ ଅପରପକ୍ଷରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

 ଉଭୟ ନେତା ଆନ୍ତର୍ଜାତିକ ସମୁଦାୟକୁ ପ୍ୟାରିସ ରାଜିନାମାର ଦୀର୍ଘମିଆଦି ଲକ୍ଷ୍ୟ ପୂରଣ ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି । ପ୍ରତ୍ୟେକ ରାଷ୍ଟ୍ରର ବିବିଧ ଜାତୀୟ ପରିସ୍ଥିତିକୁ ବିଚାର କରି ୟୁଏନଏଫସିସିସି ଓ ପ୍ୟାରିସ ରାଜିନାମାରେ ନୀତିନିୟମ ଓ ସାମାଜିକ ନ୍ୟାୟକୁ ସମ୍ମାନ ଦେଇ ଏହାକୁ କଡାକଡି ପାଳନ କରିବାକୁ ମଧ୍ୟ କହିଛନ୍ତି । 

ଉଭୟ ନେତା ଅଭିଳଷିତ, ସନ୍ତୁଳିତ ଓ କାର୍ଯ୍ୟକାରୀ ହୋଇପାରୁଥିବା କୋପ-୨୮ର ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ମତାମତକୁ ଅତ୍ୟାବଶ୍ୟକ ମନେ କରିଛନ୍ତି । ସେଗୁଡିକ ମଧ୍ୟରେ ପ୍ରଶମନ, ଗ୍ରହଣଯୋଗ୍ୟତା, କ୍ଷତି ଓ ଭଙ୍ଗାରୁଜା ବିଷୟ ଓ ଜଳବାୟୁ ସଂକ୍ରାନ୍ତ ଆର୍ଥିକ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ । 

ଏହି ସବୁ ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ନେତାଗଣ ପ୍ରତ୍ୟେକ ଅଂଶୀଦାରକୁ ଗଠନମୂଳକ ମନୋଭାବ ଓ ସଂହତିର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।

 ଏହି ପରିପ୍ରେକ୍ଷୀରେ ସେ ଉଭୟ ନେତା ଗ୍ଲୋବାଲ ଷ୍ଟକଷ୍ଟେକ(ଜିଏସ୍‌ଟି) ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏହା ସଫଳତା ସହ COP-28 ଶେଷ ହେବା ଉପରେ ଆଶାବ୍ୟକ୍ତ କରିଥିଲେ । ଏହି ଅଭିଳଷିତ କାର୍ଯ୍ୟ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ସହ ପ୍ୟାରିସ ରାଜିନାମାର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ । ସେମାନେ COP-28 ରେ ଏକ ସନ୍ତୁଳିତ ଲକ୍ଷ୍ୟ ନେଇ ବୈଶ୍ୱିକ ଷ୍ଟଟଷ୍ଟେକର ବିଚାର କରିବା ସହ ଜିଏସ୍‌ଟି ଫଳାଫଳ ଭିତ୍ତିରେ ବିକଶିତ ରାଷ୍ଟ୍ରଗୁଡିକ ନିମନ୍ତେ ଆର୍ଥିକ ସହାୟତା ଓ ସହଯୋଗ ଉପରେ ମତ ଦେଇଥିଲେ । ବିକଶିତ ରାଷ୍ଟ୍ରଗୁଡିକୁ ଆନ୍ତର୍ଜାତିକ ସହଯୋଗ ଦେବା ସହ ଜଳବାୟୁ ପରିବର୍ତ୍ତନର କୁପ୍ରଭାବର ମୁକାବିଲା ଅଧିବେଶନ ଓ ପ୍ୟାରିସ ରାଜିନାମା ଅନୁସାରେ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । 

 ଉଭୟ ନେତା ଜଳବାୟୁ ପ୍ରଭାବ ସମ୍ମୁଖୀନ ହେବା ନେଇ ବିକଶିତ ରାଷ୍ଟ୍ରଗୁଡିକୁ ସେମାନଙ୍କ ସାମର୍ଥ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ବୈଶ୍ୱିକ ଲକ୍ଷ୍ୟ ଉପଯୋଗୀକରଣ(ଜିଜିଏ) ନେଇ ବାସ୍ତବ ପ୍ରଗତି ଅପରିହାର୍ଯ୍ୟ ହୋଇବାବେଳେ କେତେକ କ୍ଷେତ୍ର ଯେପରିକି ଖାଦ୍ୟ ଅବସ୍ଥାନ୍ତର ପଦ୍ଧତି, ଜଳ ପରିଚାଳନା, ପ୍ରାକୃତିକ ଉପାୟରେ ଅଙ୍ଗାରକାମ୍ଳ ଉତ୍ସରଣ ପ୍ରତିରୋଧକାରୀ ବା ଲୁଣା ଜଙ୍ଗଲ, ସଂରକ୍ଷଣ, ସ୍ଥାୟୀ ଓ ନିରନ୍ତର ଜୈବ ବିବିଧତା ବ୍ୟବହାର ଓ ଜନସ୍ୱାସ୍ଥ୍ୟ ରକ୍ଷା ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ।

ଅବହେଳିତ ଶ୍ରେଣୀ ଯେପରି ଜଳବାୟୁ ପରିବର୍ତ୍ତନ କୁପ୍ରଭାବର ମୁକାବିଲା ପ୍ୟାରିସ ରାଜିନାମାର ବ୍ୟବସ୍ଥା ଅନୁସାରେ କରିପାରିବେ, ସେଥିନେଇ ଆନ୍ତର୍ଜାତିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ କ୍ଷୟକ୍ଷତି ଓ ଜଳବାୟୁଜନିତ ପ୍ରତିକୂଳ ପ୍ରଭାବକୁ ରୋକିବା ନିମନ୍ତେ କାର୍ଯ୍ୟ ତ୍ୱରାନ୍ୱିତ କରି COP-28 ଆର୍ଥିକ ସହାୟତା ବ୍ୟବସ୍ଥା ତଥା କ୍ଷୟକ୍ଷତି ପାଣ୍ଠିର ସୁବିନିଯୋଗ ରାଷ୍ଟ୍ରଗଣ କରିବା ଉପରେ ଉଭୟ ସହମତି ହୋଇଥିଲେ । 

ଅକ୍ଷୟ ଶକ୍ତି, ସବୁଜ ଉଦ୍‌ଯାନ, ଭଣ୍ଡାରଣ ପ୍ରଯୁକ୍ତି ବିନିଯୋଗ, କମ୍ ଶକ୍ତି ବିନିଯୋଗ ଓ ଅନ୍ୟାନ୍ୟ କମ୍ ଅଙ୍ଗାରକାମ୍ଳ ଉତ୍ସରଣ ସମାଧାନ ପନ୍ଥା ପାଇଁ ପୁଞ୍ଜି ବିନିଯୋଗ ଉପରେ ଉଭୟେ ମତ ରଖିଥିବା ବେଳେ ଏହା ନିରନ୍ତର ଓ ସ୍ଥାୟୀ ଆର୍ଥିକ ବିକାଶ ସହ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମଧ୍ୟ ମତ ଦେଇଥିଲେ । ଉଭୟ ଅଙ୍ଗାରକାମ୍ଳ ଉତ୍ସରଣ ହ୍ରାସ ପାଇଁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଉପରେ ସମର୍ଥନ ବ୍ୟକ୍ତ କରିଥିବାବେଳେ ଏହା ଯେପରି ବ୍ୟାପକ ତଥା ନିରନ୍ତର ବିକାଶ ସୁନିଶ୍ଚିତ କରିବ ତା’ଉପରେ ମଧ୍ୟ ଗୁରୁତ୍ୱଆରାପ କରିଥିଲେ । ସେଥିପାଇଁ ଉଦ୍ୟମକୁ ଦ୍ୱିଗୁଣିତ କରିବା ସହ ଏହାର ଉପଲବ୍‌ତା ସୁନିଶ୍ଚିତ କରିବା ଓ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଯେପରି ବିକାଶମୁଖୀ ରାଷ୍ଟ୍ରଗୁଡିକୁ ଦିଆଯିବ ସେଥିପାଇଁ ଉଭୟ ନେତା ଆନ୍ତର୍ଜାତିକ ଗୋଷ୍ଠୀକୁ ମଧ୍ୟ ନିବେଦନ କରିଥିଲେ । 

ଉଭୟ ନେତା ଜଳବାୟୁ ପରିବର୍ତ୍ତନ ଢାଞ୍ଚା ମଧ୍ୟରେ ହିଁ ଶକ୍ତିର ଅବସ୍ଥାନ୍ତର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ତିନୋଟି ସମାନ ଅଥଚ ଗୁରୁତ୍ୱପୂର୍ଣର୍ ସ୍ତମ୍ଭ ଉପରେ ପର୍ଯ୍ୟବେସିତ । ସେଗୁଡିକ ହେଲା ଶକ୍ତି ସୁରକ୍ଷା ଓ ଉପଲବ୍ଧତା, ଆର୍ଥିକ ସମୃଦ୍ଧି ଓ ଗ୍ରୀନ ହାଉସ ଗ୍ୟାସ ଉତ୍ସରଣ । କମ୍ ବ୍ୟୟସାପେକ୍ଷ ନିର୍ଭରଯୋଗ୍ୟ ଓ ସମସ୍ତଙ୍କ ପାଇଁ ନିରନ୍ତର ଶକ୍ତିର ସର୍ବଜନୀନତା ପାଇଁ ଉଭୟ ଭାରତ ଓ ୟୁଏଇ ନିଃସର୍ତ୍ତ ସମର୍ଥନ ଦେଉଥିବା ସେମାନେ ଦୃଢତାର ସହ କହିଥିଲେ ।

 

ଉଭୟ ଦେଶ ବିକଶିତ ରାଷ୍ଟ୍ରଗୁଡିକ ୧୦୦ବିଲିୟନ ଆମେରିକୀୟ ଡଲାର ବିକାଶମୁଖୀ ରାଷ୍ଟ୍ରମାନଙ୍କୁ ଦେବା ନେଇ ନିଜର ସହମତ ହୋଇଥିଲେ । ଏହା ଫଳରେ ବିକାଶମୁଖୀ ରାଷ୍ଟ୍ରଗୁଡିକ ୨୦୨୩ ସୁଦ୍ଧା ଜଳବାୟୁର ବର୍ତ୍ତମାନ ପ୍ରତିକୂଳ ପ୍ରଭାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସେମାନେ ମଧ୍ୟ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିନାମା ନେଇଥିବା ଆଇନଗତ ବାଧ୍ୟତାର ସ୍ମରଣ କରାଇ ଜଳବାୟୁ ଆର୍ଥିକ ସହାୟତାକୁ ଦ୍ୱିଗୁଣିତ କରିବା ଓ ତାହା ବିକାଶମୁଖୀ ରାଷ୍ଟ୍ରଗୁଡିକୁ ୨୦୧୯ରୁ ୨୦୨୫ ମଧ୍ୟରେ ବିପର୍ଯ୍ୟୟ ପ୍ରଶମନ ନେଇ ସନ୍ତୁଳନ ରକ୍ଷା କରିପାରିବେ । 

ନେତାଦ୍ୱୟ ଆନ୍ତର୍ଜାତିକ ଆର୍ଥିକ ପ୍ରତିଷ୍ଠାନ (ଆଇଏଫଏଲଏସ) ଓ ବହୁରାଷ୍ଟ୍ରୀୟ ବିକାଶ ବ୍ୟାଙ୍କ (ଏମ୍‌ଡିବିଏସ)କୁ ଆଥିôର୍କ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଚଳିତବର୍ଷ ରିହାତି ଯୁକ୍ତ ଆର୍ଥିକ ସହାୟତା ପ୍ରଦାନ, କ୍ଷତି ପରିଚାଳନା ଓ ଅତିରିକ୍ତ ଘରୋଇ ପୁଞ୍ଜି ବ୍ୟବସ୍ଥା, ବିକାଶମୁଖୀ ରାଷ୍ଟ୍ରମାନଙ୍କ ପାଇଁ ବ୍ୟବସ୍ଥା କଲେ ସେମାନେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ସକ୍ଷମ ହେବେ ବୋଲି ମତ ଦେଇଥିଲେ । ବିକାଶଗତ ସହାୟତାରେ କୌଣସି ସାଲିସ ନ କରି ଏମଡିବିଏସ୍ ମାନେ ଏକ ବିଂଶ ଶତାବ୍ଦୀର ବୈଶ୍ୱିକ ଆହ୍ୱାନର ମୁକାବିଲା କରିପାରିବେ ।

ସ୍ଥାୟୀ ଓ ନିରନ୍ତର ପରିବେଶ ବନ୍ଧୁ ଭାବପନ୍ନ ବ୍ୟକ୍ତିଗତ ବ୍ୟବହାର ଯେତେବେଳେ ଗଣବ୍ୟବହାରରେ ପରିଣତ ହୁଏ ତାହା ବୈଶ୍ୱିକ ଜଳବାୟୁ ମୁକାବିଲାରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେମାନେ ନିରନ୍ତର ଓ ସ୍ଥାୟୀ ଜୀବନଶୈଳୀ ନେଇ ସଚେତନତା ସୃଷ୍ଟିର ଗୁରୁତ୍ୱ ଉପରେ ମଧ୍ୟ ସହମତ ହୋଇଥିଲେ । ଉଭୟ ନେତା ଏହି ପରିପ୍ରେକ୍ଷୀରେ ଭାରତରେ ମିଶନ ଲାଇଫ ପଦକ୍ଷେପର ପ୍ରଶଂସା କରିଥିଲେ । ପରିବେଶ ନେଇ COP-28 କାର୍ଯ୍ୟକ୍ରମ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଧାନ୍ୟ ଦେବ ବୋଲି ଉଭୟ ଆଶା ପ୍ରକଟ କରିଥିଲେ ।

ଉଭୟ ନେତା ଭାରତର ଜି-୨୦ଅଧ୍ୟକ୍ଷତାର ଗୁରୁତ୍ୱ ଓ ମହତ୍ୱ ନେଇ ଦୃଢୋକ୍ତି ପ୍ରକାଶ କରିବା ସହ ଜଳବାୟୁ ପରିବର୍ତ୍ତନ ନେଇ ଜି-୨୦ର ଭୂମିକା ଓ ଏହାର ସହଯୋଗ ଉପରେ ମଧ୍ୟ ଦୃଢ ମତ ରଖିଥିଲେ । ସେମାନେ ଆର୍ଥିକ ଓ ପ୍ରଯୁକ୍ତି ବିଷୟକୁ ମଧ୍ୟ ନିରନ୍ତର ଶକ୍ତି ଅବସ୍ଥାନ୍ତର ପାଇଁ ସମର୍ଥନ ବ୍ୟକ୍ତ କରିଥିଲେ । 

ଉଭୟ ନେତା ୟୁଏଇରେ ହେଉଥିବା COP-28ର ମହତ୍ୱ ତଥା ଆର୍ନ୍ତଜାତିକ ସହାୟତା ବୃଦ୍ଧି, ନବୋନ୍ମେଷ ଓ ଦକ୍ଷତାପୂର୍ଣ୍ଣ ସମାଧାନ ନେଇ ଏହାର ଜଳବାୟୁ ପରିବର୍ତ୍ତନ ଆହ୍ୱାନ ମୁକାବିଲାକୁ ସ୍ୱୀକୃତି ଦେଇଥିଲେ ।

ଭାରତ ଓ ୟୁଏଇ COP-28ର ସଫଳତା ନେଇ ଗୋଟିଏ ମନୋଭାବ ପୋଷଣ କରନ୍ତି । ଏହି ଅଧିବେଶନ ୟୁଏନଏଫସିସିସି ଓ ପ୍ୟାରିସ ଚୁକ୍ତିକୁ ଆଧାର କରି ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ଦିଗରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି କରିବ । 

*****

SM/SLP

 


(Release ID: 1939879) Visitor Counter : 134