ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାଷ୍ଟିଲ ଡେ ପରେଡ୍‌ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 JUL 2023 5:58PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଜୁଲାଇ 2023ରେ ଚାମ୍ପସ୍-ଏଲିସିସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍‌ ମାକ୍ରନଙ୍କ ନିମନ୍ତ୍ରଣକ୍ରମେ ସମ୍ମାନିତ ଅତିଥି ଭାବେ ବାଷ୍ଟିଲ୍‌ ଡେ ପରେଡ୍‌ରେ ସାମିଲ ହୋଇଛନ୍ତି।

ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର 25 ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ 241 ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ। 

ହାଶିମାରାର 101 ସ୍କ୍ୱାର୍ଡନ୍‌ରୁ ଭାରତୀୟ ବାୟୁ ସେନାର ରାଫେଲ୍‌ ଯୁଦ୍ଧ ବିମାନ ପରେଡ୍‌ ସମୟରେ ଫ୍ଲାଇ ପାଷ୍ଟରେ ଅଂଶଗ୍ରହଣ କରିଥିଲା।

ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ 14 ଜୁଲାଇ 1789ରେ ବାଷ୍ଟିଲ ଜେଲ୍‌ ଉପରେ ଆକ୍ରମଣ ହୋଇଥିଲା। ପ୍ରତିବର୍ଷ ଜୁଲାଇ 14 ତାରିଖରେ ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଥାଏ। ଏହା ଭାରତ ଏବଂ ଫ୍ରାନ୍ସ ଉଭୟ ଦେଶର ସମ୍ବିଧାନର କେନ୍ଦ୍ରୀୟ ବିଷୟବସ୍ତୁ ‘ସ୍ୱାଧୀନତା, ସମାନତା ଓ ଭାଇଚାରା’ ଭଳି ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ।

 

*******

P.S.


(ରିଲିଜ ଆଡି: 1939612) ପରିଦର୍ଶକ କାଉଣ୍ଟର : 215