ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ

ଇ ସେବା କେନ୍ଦ୍ର - ଡିଜିଟାଲ୍ ବିଭାଜନକୁ ଦୂର କରିବା ସହିତ ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରୁଛି

Posted On: 27 JUN 2023 12:54PM by PIB Bhubaneshwar

25 ହାଇକୋର୍ଟ ଅଧୀନରେ 815 ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି, ଯାହା ସମସ୍ତ ହିତାଧିକାରୀଙ୍କୁ କୋର୍ଟର ନାଗରିକ-କେନ୍ଦ୍ରିକ ସେବା ତଥା ମାମଲା ସମ୍ବନ୍ଧୀୟ ସୂଚନାକୁ ସୁବିଧାଜନକ ଭାବରେ ପ୍ରଦାନ କରିବ

ଇ-ସେବା କେନ୍ଦ୍ର ବିଷୟରେ: ଆଇନଜୀବୀ ତଥା ମକଦ୍ଦମାକାରୀଙ୍କୁ ଫାଇଲ୍ ସେବା ଯୋଗାଇ ଡିଜିଟାଲ୍ ବିଭାଜନକୁ ଦୂର କରିବା ପାଇଁ ଇ-ସେବା କେନ୍ଦ୍ର ପ୍ରସ୍ତୁତ କରାଯାଇଛି ସମସ୍ତ ହାଇକୋର୍ଟ ଏବଂ ଗୋଟିଏ ଜିଲ୍ଲା କୋର୍ଟକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ କଭର କରି ଏହାକୁ ସମସ୍ତ କୋର୍ଟ କମ୍ପ୍ଲେକ୍ସକୁ ବିସ୍ତାର କରିବାକୁ ଯୋଜନା କରାଯାଇଛି ଓକିଲ କିମ୍ବା ମକଦ୍ଦମାକାରୀଙ୍କୁ ସୁବିଧା କରିବା ଉଦ୍ଦେଶ୍ୟରେ କୋର୍ଟ କମ୍ପ୍ଲେକ୍ସର ପ୍ରବେଶ ପଏଣ୍ଟରେ ଇ-ସେବା କେନ୍ଦ୍ର ସ୍ଥାପନ କରାଯାଉଛି, ଯାହାର ସୂଚନା ଠାରୁ ଆରମ୍ଭ କରି ସୁବିଧା ଏବଂ ଫାଇଲ୍ ପର୍ଯ୍ୟନ୍ତ ଯେ କୌଣସି ପ୍ରକାରର ସହାୟତା ଆବଶ୍ୟକ, ଏସବୁ ଏଠାରେ ଉପଲବ୍ଧ ହୋଇପାରିବ।

30 ଅକ୍ଟୋବର 2020 ରେ, ମହାରାଷ୍ଟ୍ରର ନାଗପୁରରେ ଭାରତର ପ୍ରଥମ -ରିସୋର୍ସ କେନ୍ଦ୍ର ଉଦଘାଟନ କରାଯାଇଥିଲା। -ରିସୋର୍ସ ସେଣ୍ଟରନ୍ୟାୟ କୌଶଲସୁପ୍ରିମକୋର୍ଟ ଭାରତ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟରେ -ଦାଖଲ କରିବାରେ ସହଜ ହେବ ଏହା ଅନଲାଇନ୍ -କୋର୍ଟ ସେବାରେ ପ୍ରବେଶ କରିବାକୁ ଆଇନଜୀବୀ ଏବଂ ମକଦ୍ଦମାକାରୀଙ୍କୁ ମଧ୍ୟ ସାହାଯ୍ୟ କରିବ ଏବଂ ଯେଉଁମାନେ ଟେକ୍ନୋଲୋଜି ପାଇଁ ଅର୍ଥ ପ୍ରଦାନ କରିପାରନ୍ତି ନାହିଁ ସେମାନଙ୍କ ପାଇଁ ଏହା ସହାୟକ ହେବେ ଏହା ସମୟ ସଞ୍ଚୟ କରିବା ସହିତ, ଜଟିଳତା ହ୍ରାସ କରିବ, ଦୂର ଦୂରାନ୍ତରେ ଯାତ୍ରା କରିବା ଏବଂ ସମଗ୍ର ଦେଶରେ -ଫାଇଲ୍ ସୁବିଧା ପ୍ରଦାନ କରି ଖର୍ଚ୍ଚ ସଞ୍ଚୟ କରିବା, ଶୁଣାଣି ପରିଚାଳନା, ସ୍କାନିଂ, -କୋର୍ଟ ସେବା ଆକ୍ସେସ୍ ଇତ୍ୟାଦିରେ ଲାଭ ପ୍ରଦାନ କରିବ

BS



(Release ID: 1935592) Visitor Counter : 78