ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକୀୟ ଗାୟିକା ତଥା ଗ୍ରାମୀ ପୁରସ୍କାର ବିଜେତା ଫାଲ୍‌ଗୁନି ଶାହାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 JUN 2023 3:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଭାରତୀୟ-ଆମେରିକୀୟ ଗାୟିକା, ସଙ୍ଗୀତ ଲେଖିକା ତଥା ଗ୍ରାମୀ ପୁରସ୍କାର ବିଜେତା ଫାଲଗୁନି ଶାହାଙ୍କୁ ଭେଟିଛନ୍ତି ।

ସ୍ୱାସ୍ଥ୍ୟ ତଥା ପରିବେଶ ଅନୁକୂଳ ମିଲେଟ୍ସ ବିଷୟରେ ସଚେତନତା ସୃଷ୍ଟି କରୁଥିବା ତାଙ୍କ ଗୀତ ‘ଆବ୍ୟୁଡାନ୍ସ ଇନ୍ ମିଲେଟ୍ସ’ ପାଇଁ ପ୍ରଧାନମନ୍ତ୍ରୀ ଶାହାଙ୍କୁ ପ୍ରଶଂସା କରିଥିଲେ । ତାଙ୍କ ସଙ୍ଗୀତ ମାଧ୍ୟମରେ ଭାରତ ଓ ଆମେରିକାର ଲୋକଙ୍କୁ ଏକାଠି କରିଥିବାରୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

SR


(ରିଲିଜ ଆଡି: 1934032) ପରିଦର୍ଶକ କାଉଣ୍ଟର : 198