ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ଶ୍ରୀ ନୀଲ୍ ଡି ଗ୍ରାସ୍ ଟାଇସନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 21 JUN 2023 8:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ, ଲେଖକ ତଥା ବିଜ୍ଞାନ ସଞ୍ଚାରକ ଶ୍ରୀ ନୀଲ୍ ଡି ଗ୍ରାସ୍ ଟାଇସନଙ୍କୁ ଭେଟିଛନ୍ତି ।

ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢ଼ାଇବା ଉପରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ଟାଇସନ୍ ମତ ବିନିମୟ କରିଥିଲେ । ମହାକାଶ ଗବେଷଣା  କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ବିଭିନ୍ନ ମିଶନ ସହ ସ୍ପେସ୍ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ଉପରେ ସେମାନେ ଆଲୋଚନା କରିଥିଲେ ।

ନୂତନ ଭାବେ ଆରମ୍ଭ ହୋଇଥିବା ଜାତୀୟ ମହାକାଶ ନୀତି ଅଧୀନରେ ବେସରକାରୀ କ୍ଷେତ୍ର ଏବଂ ଶିକ୍ଷାଗତ ସହଯୋଗ ପାଇଁ ସୁଯୋଗ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ଟାଇସନ୍ ଆଲୋକପାତ କରିଥିଲେ ।

SR


(ରିଲିଜ ଆଡି: 1933959) ପରିଦର୍ଶକ କାଉଣ୍ଟର : 184