ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲକ୍ଷାଦ୍ୱୀପର 'ନ୍ୟୁଟ୍ରି ଗାର୍ଡେନ୍ ପ୍ରୋଜେକ୍ଟ' କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 JUN 2023 8:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପସ୍ଥିତ ‘ନ୍ୟୁଟ୍ରି ଗାର୍ଡେନ୍ ପ୍ରୋଜେକ୍ଟ' କୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ପଦକ୍ଷେପ ଦର୍ଶାଇଛି ଯେ ଲକ୍ଷାଦ୍ୱୀପର ଲୋକମାନେ ନୂତନ ଜିନିଷ ଶିଖିବା ଏବଂ ଗ୍ରହଣ କରିବା ପାଇଁ କେତେ ଉତ୍ସାହିତ ଅଛନ୍ତି ।

ଆତ୍ମର୍ନିଭରଶୀଳ ଭାରତର ବିକାଶ ଲକ୍ଷ୍ୟର ପରିଣାମ ସ୍ୱରୂପ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା ଯେଉଁଥିରେ ୧୦୦୦ ଚାଷୀଙ୍କୁ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି ।

ଏଥି ସହିତ ୬୦୦ ଟଙ୍କାରୁ କମ୍‍ ଆୟ କରୁଥିବା ଲକ୍ଷାଦ୍ୱୀପ ପରିବାରର ମହିଳାମାନଙ୍କୁ ପଛୁଆଞ୍ଚଳ କୁକୁଡା ଚାଷ ଯୋଜନାରେ ଦେଶୀ ପ୍ରଜାତିର ୭୦୦୦ କୁକୁଡ଼ା ଆବଣ୍ଟନ କରାଯାଇଥିଲା ।

ଲକ୍ଷାଦ୍ୱୀପ ରାଜ୍ୟପାଳଙ୍କ ଟୁଇଟ୍‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ପ୍ରଶଂସନୀୟ ଉଦ୍ୟମ, ଉତ୍ତମ ଫଳାଫଳ! ଏହି ପଦକ୍ଷେପ ଦର୍ଶାଉଛି ଯେ ଲକ୍ଷାଦ୍ୱୀପର ଲୋକମାନେ ନୂତନ ଜିନିଷ ଶିଖିବା ଏବଂ ଗ୍ରହଣ କରିବା ପାଇଁ କେତେ ଉତ୍ସାହିତ ଅଛନ୍ତି ।” 

HS



(Release ID: 1931410) Visitor Counter : 106