ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର (ପିଏମବିଜେକେ) ଖୋଲିବା ନିମନ୍ତେ ପିଏସିଏସକୁ ଅନୁମତି ଦିଆଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 07 JUN 2023 12:32PM by PIB Bhubaneswar

ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଖୋଲିବା ନିମନ୍ତେ ୨,୦୦୦ ପ୍ରାଇମେରୀ ଏଗ୍ରିକଲଚର କ୍ରେଡିଟ୍ ସୋସାଇଟି(ପିଏସିଏସ)କୁ ଅନୁମତି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶରେ ମହଙ୍ଗା ଔଷଧକୁ ମଧ୍ୟ ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ କରାଇବା ଆମ ସରକାରଙ୍କ ପ୍ରାଥମିକତା ମଧ୍ୟରୁ ଅନ୍ୟତମ ।

କେନ୍ଦ୍ର ସମବାୟ ମନ୍ତ୍ରୀଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଦେଶରେ ମହଙ୍ଗା ଔଷଧ ମଧ୍ୟ ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେବା ଆମ ସରକାରଙ୍କ ଅନ୍ୟତମ ପ୍ରାଥମିକତା । ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ସମବାୟ କ୍ଷେତ୍ରରେ ଏହି ବଡ଼ ପଦକ୍ଷେପ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନକୁ ସହଜ କରିବ’ ।

SR


(ରିଲିଜ ଆଡି: 1930664) ପରିଦର୍ଶକ କାଉଣ୍ଟର : 190