ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରପ୍ରଦେଶର ଫତେପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ପିଏମଏନଆରଏଫରୁ ଅନୁକମ୍ପାମୂଳକ ସହାୟତା ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2023 3:45PM by PIB Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଜୀବନ ହାନି ଯୋଗୁ ଶୋକ ପ୍ରକାଶ କରିଛନ୍ତି ଏଥିସହ ଶ୍ରୀ ମୋଦୀ ମୃତକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲଫ୍ ଫଣ୍ଡ(ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:

 

ଉତ୍ତରପ୍ରଦେଶର ଫତେପୁରରେ ହୋଇଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଏଥିରେ ଯେଉଁମାନେ ନିଜ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କ ସହାୟତାରେ ଲାଗିଛି: ପ୍ରଧାନମନ୍ତ୍ରୀ ମୋଦୀ

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ମୃତକଙ୍କ ପରିବାରକୁ ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି

 

 SR


(ରିଲିଜ ଆଡି: 1924763) ପରିଦର୍ଶକ କାଉଣ୍ଟର : 167