ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଭାରତୀୟ ବାୟୁସେନାର ମିଗ୍‌-୨୧ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ

ପୋଷ୍ଟ କରାଯିବା ଦିନାଙ୍କ: 08 MAY 2023 12:25PM by PIB Bhubaneswar

ଭାରତୀୟ ବାୟୁସେନା(ଆଇଏଏଫ୍‌) ଏକ ମିଗ୍‌-୨୧ ଯୁଦ୍ଧବିମାନ ଆଜି ସକାଳ ପ୍ରାୟ ୯ଟା ୪୫ରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନଟି ସୁରଟଗଡ଼ର ବାୟୁସେନା ଷ୍ଟେସନରୁ ଏକ ନିୟମିତ ତାଲିମ ଉଡ଼ାଣ ଭରିଥିଲା ଏହାର କିଛି ସମୟରେ ପାଇଲଟ ଜରୁରିକାଳୀନ ସ୍ଥିତି ଉପୁଜିଥିବା ଅନୁଭବ କରିଥିଲେ ଏପରି ସ୍ଥିତିରେ ଆବଶ୍ୟକ ଉପାୟରେ ସେ ବିମାନକୁ ଠିକ୍ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ ପରେ ପାଇଲଟ୍ ବିମାନରୁ ଡେଇଁ ପଡ଼ିବାକୁ   ନିଷ୍ପତ୍ତି ନେଇଥିଲେ ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି ତାଙ୍କୁ ସୁରଟଗଡ଼ ସେନାଘାଟିରୁ ଉତ୍ତରପୂର୍ବରେ ୨୫ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି

 ବିମାନର ଭଗ୍ନାବଶେଷ ହନୁମାନଗଡ଼ ଜିଲାର ବାହଲୋଲ ନଗର ସ୍ଥିତ ଏକ ଘର ଉପରେ ପଡ଼ିଥିଲା ଏଥିରେ ଦୁର୍ଭାଗ୍ୟବଶତଃ ଜଣଙ୍କ ମୃତ୍ୟୁ ଘଟିଛି   ଭାରତୀୟ ବାୟୁସେନା ପକ୍ଷରୁ ଏଥପାଇଁ ଶୋକବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଛି

SR


(ରିଲିଜ ଆଡି: 1922563) ପରିଦର୍ଶକ କାଉଣ୍ଟର : 234
ଏହି ରିଲିଜ ପଢନ୍ତୁ : हिन्दी , English , Urdu , Marathi , Bengali , Punjabi , Tamil , Telugu