ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ୟୁଆଇଡିଏଆଇ ଲୋକମାନଙ୍କୁ ଆଧାର ସହିତ ସଂଯୁକ୍ତ ଇମେଲ / ମୋବାଇଲ୍ ନମ୍ବର ଯାଞ୍ଚ କରିବାକୁ ଅନୁମତି ଦେଇଛି

Posted On: 02 MAY 2023 3:51PM by PIB Bhubaneshwar

ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି ।

ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି । ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ । ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ ।

ଅଫିସିଆଲ୍ ୱେବସାଇଟ୍ (https://myaadhaar.uidai.gov.in/) କିମ୍ବା mAadhaar App ମାଧ୍ୟମରେ "ଭେରିଫାଏ ଇମେଲ୍‍ / ମୋବାଇଲ୍ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ୱ ଇମେଲ / ମୋବାଇଲ୍ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡି ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ବିକଶିତ କରାଯାଇଛି ।

ଏହି ବୈଶିଷ୍ଟ୍ୟ ଲୋକଙ୍କୁ ନିଶ୍ଚିତ କରିବ ଯେ ତାଙ୍କ ଜ୍ଞାତସାରରେ ଅନୁଯାୟୀ ଇମେଲ / ମୋବାଇଲ୍ ନମ୍ବର କେବଳ ସମ୍ପୃକ୍ତ ଆଧାରରେ ସଂଯୁକ୍ତ ହୋଇଛି । ଯଦି ଏକ ର୍ନିଦ୍ଦିଷ୍ଟ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନଥାଏ ତେବେ ଏହା ଲୋକଙ୍କୁ ସୂଚିତ କରିବ ଏବଂ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକଙ୍କୁ ସୂଚନା ଦେବ ।

ଯଦି ମୋବାଇଲ୍ ନମ୍ବର ପୂର୍ବରୁ ଯାଞ୍ଚ ହୋଇସାରିଛି, ଲୋକମାନେ ଏକ ସ୍କ୍ରିନରେ ପ୍ରଦର୍ଶିତ ହୋଇଥିବା "ଆପଣ ଦେଇଥିବା ମୋବାଇଲ୍ ନମ୍ବର ଆମର ରେକର୍ଡ ସହିତ ଯାଞ୍ଚ ହୋଇସାରିଛି” ଭଳି ଏକ ସନ୍ଦେଶ ଦେଖିପାରିବେ ।

ଯଦି କୌଣସି ବ୍ୟକ୍ତି ମୋବାଇଲ୍ ନମ୍ବରକୁ ମନେ ରଖି ନାହାନ୍ତି, ମାଇଁଆଧାର ପୋର୍ଟାଲ କିମ୍ବା mAadhaar App ବୈଶିଷ୍ଟ୍ୟରେ ପଞ୍ଜିକରଣ ସମୟରେ ସେ ଦେଇଥିବା ମୋବାଇଲର ଶେଷ ତିନି ଅଙ୍କ ଯାଞ୍ଚ କରିପାରିବେ ।

ଯଦି ଜଣେ ବ୍ୟକ୍ତି ଇମେଲ / ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବାକୁ ଚାହାଁନ୍ତି କିମ୍ବା ତାଙ୍କ ଇମେଲ୍ / ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ସେ ନିକଟସ୍ଥ ଆଧାର କେନ୍ଦ୍ର ଯାଇ କରିପାରିବେ ।

HS



(Release ID: 1921481) Visitor Counter : 228