ଅର୍ଥ ମନ୍ତ୍ରଣାଳୟ

୨୦୨୩ ଏପ୍ରିଲରେ ଜିଏସ୍‌ଟି ଆଦାୟ ସର୍ବାଧିକ ୧. ୮୭ ଲକ୍ଷ କୋଟି ଟଙ୍କା


ଏପ୍ରିଲ ୨୦୨୩ରେ ମୋଟ ଜିଏସ୍‌ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ;

୨୦୨୨ ଏପ୍ରିଲରେ ଏହି ସଂଗ୍ରହ ପରିମାଣ ୧୬୭, ୫୪୦ କୋଟି ଟଙ୍କା ଥିବାବେଳେ ୨୦୨୩ଏପ୍ରିଲରେ ଏହା ତାହାଠାରୁ ୧୯,୪୯୫ କୋଟି ଟଙ୍କା ଅଧିକ ହୋଇଛି

୨୦୨୩ ଏପ୍ରିଲର ଜିଏସ୍‌ଟି ରାଜସ୍ୱ ବର୍ଷକୁ ବର୍ଷ ଭିତ୍ତିରେ ବିଗତ ବର୍ଷ ଠାରୁ ୧୨% ଅଧିକ

ଗୋଟିଏ ଦିନରେ ସର୍ବାଧିକ ୬୮, ୨୨୮ କୋଟି ଟଙ୍କା ସଂଗ୍ରହ ହୋଇଛି ଏବଂ ୨୦୨୩ ଏପ୍ରିଲ ୨୦ତାରିଖରେ ୯.୮ ଲକ୍ଷ କାରବାର ଜରିଆରେ ଟିକସଦାତା ଏହି ଜିଏସ୍‌ଟି ରାଜସ୍ୱ ପୈଠ କରିଛନ୍ତି

Posted On: 01 MAY 2023 5:46PM by PIB Bhubaneshwar

୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍‌ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍‌ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ।

ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍‌ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି । ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍‌ଟି ।

ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ । ଏହି ମାସରେ ଘରୋଇ କାରବାର (ସେବା ଆମଦାନୀ ସହିତ ) ଗତବର୍ଷଠାରୁ ୧୬% ଅଧିକ ଥିଲା ।

ପ୍ରଥମ ଥର ପାଇଁ ମୋଟ ଜିଏସ୍‌ଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୋଟ ଇ-ୱେ ବିଲ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯କୋଟି । ଏହା ୨୦୨୩ ଫେବୃୟାରୀ ମାସ ଠାରୁ ୧୧% ଅଧିକ ।

୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮, ୨୨୮କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ମୋଟ ୯.୮ ଲକ୍ଷ ଟ୍ରାନ୍‌ଜାକସନ ଜରିଆରେ ଟିକଟଦାତା ଏହି ଟିକସ ପୈଠ କରିଛନ୍ତି । ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ । ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬,୨୨୮ କୋଟି ଟଙ୍କାର ଜିଏସ୍‌ଟି  ସଂଗୃହୀତ ହୋଇଥିବାବେଳେ ଗତବର୍ଷ ସମାନ ତାରିଖରେ ୯.୬ଲକ୍ଷ ଟ୍ରାଞ୍ଜାକସନ ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସ୍‌ଟି ।

ତଳେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ଜିଏସ୍‌ଟି ସଂଗ୍ରହର ଧାରା ମାସୱାରୀ ଦର୍ଶାଯାଇଛି । ଟେବୁଲରେ ମଧ୍ୟ ୨୦୨୩ ଏପ୍ରିଲରେ ରାଜ୍ୟୱାରୀ  ଜିଏସ୍‌ଟି ସଂଗ୍ରହର ପରିମାଣ ଏବଂ ୨୦୨୨ରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣ ଉଲ୍ଲେଖ କରାଯାଇଛି ।

State/UT

Apr-22

Apr-23

Growth (%)

Jammu and Kashmir

560

803

44

Himachal Pradesh

817

957

17

Punjab

1,994

2,316

16

Chandigarh

249

255

2

Uttarakhand

1,887

2,148

14

Haryana

8,197

10,035

22

Delhi

5,871

6,320

8

Rajasthan

4,547

4,785

5

Uttar Pradesh

8,534

10,320

21

Bihar

1,471

1,625

11

Sikkim

264

426

61

Arunachal Pradesh

196

238

21

Nagaland

68

88

29

Manipur

69

91

32

Mizoram

46

71

53

Tripura

107

133

25

Meghalaya

227

239

6

Assam

1,313

1,513

15

West Bengal

5,644

6,447

14

Jharkhand

3,100

3,701

19

Odisha

4,910

5,036

3

Chhattisgarh

2,977

3,508

18

Madhya Pradesh

3,339

4,267

28

Gujarat

11,264

11,721

4

Dadra and Nagar Haveli and Daman and Diu

381

399

5

Maharashtra

27,495

33,196

21

Karnataka

11,820

14,593

23

Goa

470

620

32

Lakshadweep

3

3

-7

Kerala

2,689

3,010

12

Tamil Nadu

9,724

11,559

19

Puducherry

206

218

6

Andaman and Nicobar Islands

87

92

5

Telangana

4,955

5,622

13

Andhra Pradesh

4,067

4,329

6

Ladakh

47

68

43

Other Territory

216

220

2

Center Jurisdiction

167

187

12

Grand Total

1,29,978

1,51,162

16

 

*****

TKM/SLP

 

 



(Release ID: 1921282) Visitor Counter : 179