ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସ୍ୱାସ୍ଥ୍ୟକର ବ୍ୟବସ୍ଥା ଓ ନିରାପଦ ଖାଦ୍ୟ ଯୋଗାଣକୁ ପ୍ରୋତ୍ସାହିତ କରିବା ପାଇଁ ଦେଶର ଏକ ଶହ ଜିଲ୍ଲାରେ ୧୦୦ଫୁଡ ଷ୍ଟ୍ରୀଟ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ


ପ୍ରତ୍ୟେକ ଫୁଡ ଷ୍ଟ୍ରୀଟ ପାଇଁ ପ୍ରତି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ

ଫୁଡ ଷ୍ଟ୍ରୀଟ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସହରାଞ୍ଚଳ ବିକାଶ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟର ଅନ୍ୟାନ୍ୟ ଯୋଜନା ସହିତ ଏହାକୁ ମିଶାଯାଇ ପାରିବ

ନିରାପଦ ଖାଦ୍ୟାଭ୍ୟାସ ଦ୍ୱାରା ସ୍ଥାନୀୟ ଖାଦ୍ୟ ବ୍ୟବସାୟର ସ୍ୱାସ୍ଥ୍ୟଗତ ବିଶ୍ୱସନୀୟ କେବଳ ବଢିବ ନାହିଁ, ଏହା ମଧ୍ୟ ସ୍ଥାନୀୟ ନିଯୁକ୍ତି, ପର୍ଯ୍ୟଟନ ଓ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ

Posted On: 20 APR 2023 4:02PM by PIB Bhubaneshwar

ଦେଶର ୧୦୦ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ କରି ଫୁଡ ଷ୍ଟ୍ରୀଟ ଖୋଲି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହାକୁ ଆଗୁଆ ଯୋଜନା ବା ପାଇଲଟ ପ୍ରୋଗ୍ରାମ ଭିତ୍ତିରେ କାର୍ଯ୍ୟକାରୀ କରାଯିବ । ସ୍ୱାସ୍ଥ୍ୟକର ବ୍ୟବସ୍ଥା ଓ ନିରାପଦ ଖାଦ୍ୟ ଯୋଗାଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଫୁଡ ଷ୍ଟ୍ରୀଟ ଯୋଜନା କେନ୍ଦ୍ର ସହରାଞ୍ଚଳ ବିକାଶ ଏବଂ ଆବାସ ମନ୍ତ୍ରଣାଳୟ ସହଯୋଗରେ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଉଭୟ ଖାଦ୍ୟ ବ୍ୟବସାୟୀ ଏବଂ ଉପଭୋକ୍ତା ଉପକୃତ ହେବେ। ଏଥିରେ ସମଗ୍ର ଖାଦ୍ୟ ବ୍ୟବସାୟୀ ସମୁଦାୟ ଓ ସାଧାରଣ ଜନତା ମଧ୍ୟ ବିଭିନ୍ନ ଭାବେ ସାମିଲ ହୋଇପାରିବେ । ଖାଦ୍ୟ ଯୋଗାଣ ନିରାପଦ ହେଲେ ବିଭିନ୍ନ ପ୍ରକାର ଖାଦ୍ୟବାହିତ ରୋଗକୁ ନିୟନ୍ତ୍ରଣ କରି ହେବ ଏବଂ ଲୋକେ ସୁସ୍ଥ ରହିବେ । ଏହା ଦ୍ୱାରା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ଭଲ ରହିବ । 

ବିଭିନ୍ନ ରାଜ୍ୟ ସରକାରଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଓ ସହରାଞ୍ଚଳ ଏବଂ ଆବାସ ମନ୍ତ୍ରଣାଳୟ ସଚିବ ମନୋଜ ଜୋଶୀ ଏହି ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ଉଭୟ ସେମାନଙ୍କ ପତ୍ରରେ ଲେଖିଛନ୍ତି ଯେ ଫୁଡ ଷ୍ଟ୍ରୀଟ ଯୋଜନା କାର୍ଯ୍ୟକାରୀ ହେଲେ ଲୋକେ ସହଜରେ ନିରାପଦ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପାଇବେ । ଏହା ମଧ୍ୟ ନିରାପଦ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବ ଏବଂ ଲୋକେ ସ୍ୱାସ୍ଥ୍ୟକର ଖାଦ୍ୟ ପାଇବା ଦ୍ୱାରା ସୁସ୍ଥ ରହିବେ । ନିରାପଦ ଖାଦ୍ୟାଭ୍ୟାସ ନୀତିରେ ‘ଠିକ୍ ଖାଅ’(ଇଟ୍ ରାଇଟ୍ କ୍ୟାମ୍ପେନ୍‌) ଅଭିଯାନକୁ ମଧ୍ୟ ସାମିଲ କରାଯିବ । ଏହା ଫଳରେ ସ୍ଥାନୀୟ ଖାଦ୍ୟ ବ୍ୟବସାୟର ବିଶ୍ୱସନୀୟତା ଓ ଆଦର ବଢିବ । ଏହା ସ୍ଥାନୀୟ ଲୋକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେବା ସହିତ ପର୍ଯ୍ୟଟନ ଓ ଅର୍ଥନୀତିକୁ ମଧ୍ୟ ଆଗକୁ ବଢାଇବ । ଏହା ଦ୍ୱାରା ମଧ୍ୟ ଏକ ସ୍ୱଚ୍ଛ, ପରିସ୍କାର ଓ ସବୁଜ ପରିବେଶ ସୃଷ୍ଟି ହେବ ।  

ପାରମ୍ପରିକ ଭାବେ ଷ୍ଟ୍ରୀଟ୍ ଫୁଡ ଭାରତୀୟ ସମାଜର ଏକ ଅଂଶ ବିଶେଷ ପାଲଟି ଯାଇଛି । ସମୟ ସୁବିଧା ପାଇଲେ ଲୋକେ ବାହାରକୁ ଯାଇ ରାସ୍ତାକଡରେ ମିଳୁଥିବା ବିଭିନ୍ନ ଖାଦ୍ୟର ମଜା ଉଠାଇଥାନ୍ତି । ଷ୍ଟ୍ରୀଟ ଫୁଡ ଦୈନନ୍ଦିନ ଖାଦ୍ୟ କ୍ରେତାଙ୍କୁ କେବଳ ସୁଲଭ ମୂଲ୍ୟରେ ଯୋଗାଇ ନ ଥାଏ । ଏହା ମଧ୍ୟ ସିଧାସଳଖ ଲୋକଙ୍କୁ ରୋଜଗାରର ସୁବିଧା ସୁଯୋଗ ଦେଇଥାଏ । ଏହା ମଧ୍ୟ ପର୍ଯ୍ୟଟନ ଶିଳ୍ପକୁ ସହାୟତା ଯୋଗାଇଥାଏ । ଏହା ସତ୍ତ୍ୱେ ରାସ୍ତାକଡରେ ମିଳୁଥିବା ଖାଦ୍ୟର ନିରାପତ୍ତା, ପରିଚ୍ଛନ୍ନତା, ମାନ ଓ ସ୍ୱାସ୍ଥ୍ୟଗତ ଦିଗ ଏବେ ମଧ୍ୟ ଉଦ୍‌ବେଗର ବିଷୟ ହୋଇରହିଛି ।

ସହରର କାୟା ଦ୍ରୁତ ଗତିରେ ବଢୁଥିବାବେଳେ ଷ୍ଟ୍ରୀଟଫୁଡ ବେପାରୀଙ୍କ ପସରା ସଂଖ୍ୟା ବଢୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଖାଦ୍ୟ ବିକ୍ରେତାଙ୍କ ବିପଣୀ ଧାଡି ଲାଗୁଛି । ଏହା ଉପରେ ନିୟନ୍ତ୍ରଣ ନାହିଁ କିମ୍ବା ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟର ମାନ ତଥା ସ୍ୱାସ୍ଥ୍ୟଗତ ଦିଗ ପ୍ରତି ପ୍ରାୟ ନଜର ରହୁନାହିଁ । ଫଳରେ ଷ୍ଟ୍ରୀଟ ଫୁଡ୍ ରୋଗ ସଂକ୍ରମଣର ଏକ ଉତ୍ସ ପାଲଟିବା ସହିତ ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଛି । ଏଠାରେ ନିରାପଦ ଖାଦ୍ୟାଭାସ ନୀତି ନାହିଁ । ଏହାକୁ ଦୃଷ୍ଟିରେ ରଖି ଷ୍ଟ୍ରୀଟ ଫୁଡକୁ ଅଧିକ ନିରାପଦ ଓ ସ୍ୱାସ୍ଥ୍ୟପଦ କରିବାକୁ ପ୍ରୟାସ କରାଯାଉଛି । 

ଷ୍ଟ୍ରୀଟ ଫୁଡ ସଂକ୍ରାନ୍ତ ଏହି ଅଭିନବ ପ୍ରୟାସ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ କାର୍ଯ୍ୟକାରୀ ହେବ ।ଉଭୟ ସ୍ୱାସ୍ଥ୍ୟ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହାକୁ ମିଳିତଭାବେ କାର୍ଯ୍ୟକାରୀ କରିବେ । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତି ଫୁଡ୍ ଷ୍ଟ୍ରୀଟ ପାଇଁ ଏକ କୋଟି ଟଙ୍କା ଲେଖାଏଁ ଯୋଗାଇ ଦେବେ । ଦେଶର ୧୦୦ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ । (ଏହି ଜିଲ୍ଲା ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।) ରାଜ୍ୟମାନଙ୍କୁ ଯେଉଁ ଏକ କୋଟି ଟଙ୍କାର ସହାୟତା ପ୍ରତ୍ୟେକ ଫୁଡ ଷ୍ଟ୍ରୀଟ ପାଇଁ ମିଳିବ ତାହା ଜାତୀୟ ସ୍ୱାସ୍ଥ୍ୟମିଶନ କାର୍ଯ୍ୟକ୍ରମ ଅଧୀନରେ ୬୦:୪୦ କିମ୍ବା ୯୦:୧୦ ଅନୁପାତରେ ଯୋଗାଇ ଦିଆଯିବ । ଏଥିରେ କିଛି ସର୍ତ୍ତ ରହିବ । ଫୁଡ ଷ୍ଟ୍ରୀଟରେ ବିକ୍ରି ହେବାକୁ ଥିବା ଖାଦ୍ୟ ପଦାର୍ଥର ମାନ ଏଫ୍‌ଏସ୍‌ଏସ୍‌ଏ ଆଇର ନିର୍ଦ୍ଦେଶାବଳୀ ଅନୁସାରେ ହେବ । 

ପୌର ନିଗମ, ବିକାଶ ପ୍ରାଧିକରଣ/ଜିଲ୍ଲାପାଳ ରାଜ୍ୟସ୍ତରରେ ଏଥିପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଆର୍ଥିକ ସମ୍ବଳ ଓ ଭୌତିକ ଭିତ୍ତିଭୂମିର କିପରି ଉପଯୁକ୍ତ ସମ୍ମିଶ୍ରଣ ହୋଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ତାହା ସେମାନେ ସୁନିଶ୍ଚିତ କରିବେ । ଏହାଛଡା ଖାଦ୍ୟ ପରିବେଷଣକାରୀଙ୍କୁ ତାଲିମ, ସ୍ୱାଧୀନ ତୃତୀୟ ପକ୍ଷ ଅଡିଟ୍‌, ଇଟ୍ ରାଇଟ୍ ପ୍ରମାଣପତ୍ର ପ୍ରଦାନ, ଷ୍ଟ୍ରୀଟ ଫୁଡ ହବ ସ୍ଥାପନ ଓ ଏହାର ଆଧୁନିକୀକରଣ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ ପ୍ରକ୍ରିୟାର ପରିପାଳନ କାମ ମଧ୍ୟ ପୌର ନଗମ/ପ୍ରାଧିକରଣ ଓ ଜିଲ୍ଲାପାଳଙ୍କ ସ୍ତରରେ କରାଯିବ । ଏଥିରେ ଖାଦ୍ୟ ନିରାପତ୍ତା ରକ୍ଷା, ଷ୍ଟ୍ରୀଟଫୁଡ ଭେଣ୍ଡରଙ୍କୁ ସମର୍ଥନ ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନ୍ତ୍ୟୋଦୟ ଯୋଜନା ଓ ଅନ୍ୟାନ୍ୟ ଯୋଜନା ଅନୁସାରେ ମଧ୍ୟ ପୂର୍ବବତ୍ ଚାଲିବ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକମାନେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରି ଷ୍ଟ୍ରୀଟ ଭେଣ୍ଡରମାନଙ୍କୁ ଖାଦ୍ୟର ନିରାପତ୍ତା, ସ୍ୱାସ୍ଥ୍ୟକର ବ୍ୟବସ୍ଥାର ପରିପାଳନ ଓ ବର୍ଜ୍ୟ ସାମଗ୍ରୀର ନିରାପଦ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଓ ତାଲିମ ପ୍ରଦାନ କରିବେ । 

State wise list of suggestive number of food streets

S.N.

State/UT

No. of food streets

1

Andhra Pradesh

4

2

Assam

4

3

Bihar

4

4

Chhattisgarh

4

5

Delhi

3

6

Goa

2

7

Gujarat

4

8

Haryana

4

9

Himachal Pradesh

3

10

Jammu & Kashmir

3

11

Jharkhand

4

12

Karnataka

4

13

Kerala

4

14

Ladakh

1

15

Madhya Pradesh

4.

16

Maharashtra

4

17

Odisha

4

18

Punjab

4

19

Rajasthan

4

20

Tamil Nadu

4

21

Telangana

4

22

Uttar Pradesh

4

23

Uttarakhand

4.

24

West Bengal

4

25

Arunachal Pradesh

1

26

Manipur

1

27

Meghalaya

1

28

Mizoram

1

29

Nagaland

1

30

Sikkim

1

31

Tripura

1

32

A & N Islands

1

33

Chandigarh

1

34

DI) & DNH

1

35

Lakshadweep

1

36

Puducherry

1

 

Total

100

 

 

*****

TKM/SLP

 



(Release ID: 1918417) Visitor Counter : 121