ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ


କୋଭିଡ-୧୯ ପରିଚାଳନା ପାଇଁ ଡାକ୍ତରଖାନାରେ କୋଭିଡ ଭିତ୍ତିଭୂମି ପ୍ରସ୍ତୁତି ନିଶ୍ଚିତ କରିବା ପାଇଁ ଆୟୋଜିତ ମକ୍ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି

ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ କରିବାକୁ ଏବଂ ଯେକୌଣସି ଭୁଲ ତଥ୍ୟକୁ ପ୍ରତିହତ ପାଇଁ ଅନୁରୋଧ କରିଛନ୍ତି

ଦେଶବ୍ୟାପୀ ବଡ଼ ଧରଣର ସମର୍ଥନ ଦେଖିବାକୁ ମିଳିଲା, ଯେଉଁଠାରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସୁବିଧା ପ୍ରସ୍ତୁତିର ସମୀକ୍ଷା କରିଥିଲେ

Posted On: 10 APR 2023 5:35PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲ ପରିଦର୍ଶନ କରି କୋଭିଡ ୧୯ ପରିଚାଳନା ପାଇଁ ହସ୍ପିଟାଲର ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ମକ୍ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି ।

ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ଏହି ସୁବିଧା ବୁଲି ଦେଖିବା ସହିତ କର୍ମଚାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ସ୍ଥିତି ଏବଂ ଦେଶରେ ପ୍ରତିରୋଧ ଏବଂ ପରିଚାଳନା ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଲାଗି ସାରା ଦେଶରେ ମକ୍ ଡ୍ରିଲ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ତଦନୁଯାୟୀ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକ ଆଜି ମକ୍ ଡ୍ରିଲ୍ କରୁଛନ୍ତି ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଏହି ମକ ଡ୍ରିଲ୍‌ର ସମୀକ୍ଷା କରିଛନ୍ତି ।

ଆରଏମଏଲ ହସ୍ପିଟାଲ ପରିଦର୍ଶନ କରିବାବେଳେ ଡକ୍ଟର ମାଣ୍ଡଭିୟ ବିଭାଗର ମୁଖ୍ୟ ଏବଂ କର୍ମଚାରୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ । ସେ ଡାକ୍ତର, ନର୍ସ, ସୁରକ୍ଷା ଏବଂ ପରିମଳ ସେବାର ମୁଖ୍ୟମାନଙ୍କ ସହିତ କିଛି ସମୟ ବିତାଇ ସେମାନଙ୍କ ମୂଲ୍ୟବାନ ପରାମର୍ଶ ଶୁଣୁଥିଲେ । ଗୁଣାତ୍ମକ କ୍ଲିନିକାଲ୍ ଅଭ୍ୟାସ, ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ଡାକ୍ତରଖାନା ପରିଚାଳନା, ପରିମଳ ପ୍ରକ୍ରିୟା ଏବଂ ରୋଗୀ-କୈନ୍ଦ୍ରିକ ବ୍ୟବସ୍ଥା ଉପରେ ପ୍ରସ୍ତାବମାନ ରହିଥିଲା । 

ଦେଶବ୍ୟାପୀ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିଲା, ଯେଉଁଠାରେ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାରେ ଥିବା ସୁବିଧାଗୁଡ଼ିକର ପ୍ରସ୍ତୁତି ଏବଂ ଦକ୍ଷତାର ସମୀକ୍ଷା କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ କୋଭିଡ୧୯ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଏବଂ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି । ଆଏଲଆଇ / ଏସଏଆରଆଇ ମାମଲାଗୁଡ଼ିକର ଗତିବିଧି ଉପରେ ନଜର ରଖି ବଢୁଥିବା ହଟସ୍ପଟ୍ ଚିହ୍ନଟ କରିବାକୁ ଏବଂ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜା ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ସହିତ ପଜିଟିଭ ନମୁନାଗୁଡ଼ିକର ହୋଲ୍‍ ଜିନୋମ୍ ସିକ୍ୱେନ୍ସି ବୃଦ୍ଧି କରିବାକୁ ଡକ୍ଟର ମାଣ୍ଡଭିୟ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି । 

ଏହି ଅବସରରେ ଆରଏମଏଲ ହସ୍ପିଟାଲର ନିର୍ଦ୍ଦେଶକ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ଅଜୟ ଶୁକ୍ଲା ଏବଂ ପରିମଳ ସମେତ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।

HS

 

 


(Release ID: 1915459) Visitor Counter : 141