ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତର ପ୍ରଦେଶର ମୁଜାଫରନଗରରେ ଆୟୋଜିତ ପଶୁ ପ୍ରଦର୍ଶନୀ ଓ କୃଷକ ମେଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 08 APR 2023 8:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷକ ପ୍ରଦର୍ଶନୀଗୁଡିକ ଚାଷୀମାନଙ୍କୁ ନୂଆ ପ୍ରଯୁକ୍ତି ଆପଣାଇବାକୁ ପ୍ରୋତ୍ସାହିତ କରିଥାଏ ।

ଉତ୍ତର ପ୍ରଦେଶର ମୁଜାଫରନଗରରେ ପଶୁ ପ୍ରଦର୍ଶନୀ ଓ କୃଷକ ମେଳା ଆୟୋଜନ ସମ୍ପର୍କରେ ସ୍ଥାନୀୟ ସାଂସଦ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ସଞ୍ଜୀବ ବାଲ୍ୟାନ ଶେୟାର କରିଥିବା ଖବରକୁ ସେ ପ୍ରଶଂସା କରିଛନ୍ତି ।  


ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଉଲ୍ଲେଖନୀୟ ଉଦ୍ୟମ । ଏଭଳି କୃଷକ ମେଳା ଦ୍ୱାରା ଆମର ଅଧିକରୁ ଅଧିକ ଅନ୍ନଦାତା ଭାଇଭଉଣୀ ଆଧୁନିକ ପ୍ରଯୁକ୍ତି ଆପଣାଇବା ପାଇଁ ପ୍ରେରଣା ପାଇବେ, ସେମାନଙ୍କ ଆୟ ମଧ୍ୟ ବଢିବ ।


SR


(Release ID: 1914949)