ପର୍ଯ୍ୟଟନ ମନ୍ତ୍ରଣାଳୟ
ଭାରତର ସାତୋଟି ମୋକ୍ଷ ଧାମରେ ସ୍ଥାନ ପାଇଛି ପୁରୀ ଜଗନ୍ନାଥ ଧାମ
ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ କରିବାକୁ ଯାଇ ଭାରତର ସାତଟି ମୋକ୍ଷ ଧାମ ବା ମୁକ୍ତି ସ୍ଥଳୀ (ସପ୍ତ ମୋକ୍ଷ ପୁରୀ)କୁ ପ୍ରୋତ୍ସାହିତ କରିଛି
Posted On:
07 APR 2023 9:10AM by PIB Bhubaneshwar
ପର୍ଯ୍ୟଟନ ମନ୍ତ୍ରଣାଳୟ ଘରୋଇ ତଥା ବିଶ୍ୱ ବଜାରରେ ପ୍ରୋତ୍ସାହନମୂଳକ ଅଭିଯାନ ଆରମ୍ଭ କରିବାକୁ ଯାଇ ଭାରତର ଯେଉଁ ସାତ ଗୋଟି ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଗନ୍ତବ୍ୟ ସ୍ଥଳ (ସପ୍ତ ମୋକ୍ଷ ପୁରୀ) କୁ ପ୍ରୋତ୍ସାହିତ କରୁଛି, ସେଥି ମଧ୍ୟରେ ଓଡିଶାର ପୁରୀ ଧାମ ଅନ୍ୟତମ । ଜଗନ୍ନାଥ ଧାମ ପୁରୀ ଏହି ସାତ ଗୋଟି ମୋକ୍ଷ ଗନ୍ତବ୍ୟ ସ୍ଥଳୀରେ ଅନ୍ତର୍ଭୁକ୍ତ ହେବା ପର ଠାରୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୂର୍ବ ଅପେକ୍ଷା ଆଉ କିଛି ପାଦ ଅଗ୍ରସର ହୋଇଛି ।
ପର୍ଯ୍ୟଟନ ମନ୍ତ୍ରଣାଳୟ, ସପ୍ତ ମୋକ୍ଷ ପୁରୀ (ସାତ ଗୋଟି ମୁକ୍ତି ପ୍ରାପ୍ତି ଲକ୍ଷ୍ୟସ୍ଥଳ), ଅର୍ଥାତ୍ ଅଯୋଧ୍ୟା, ମଥୁରା, ମାୟା (ହରିଦ୍ୱାର), କାଶୀ (ବାରଣାସୀ), କାଞ୍ଚି ଅବନ୍ତୀକା (ଉଜ୍ଜୟିନୀ), ପୁରୀ (ଓଡିଶା) ଏବଂ ଦ୍ୱାରାବତୀ (ଦ୍ୱାରକା, ଗୁଜରାଟ)ର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ସାମଗ୍ରିକ ଢଙ୍ଗରେ ପ୍ରୋତ୍ସାହିତ କରିଛି । ଏହା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବଂ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଇଲେକ୍ଟ୍ରୋନିକ୍, ପ୍ରିଂଟ ଏବଂ ଡିଜିଟାଲ୍ ମିଡିଆ ମାଧ୍ୟମରେ ଘରୋଇ ଏବଂ ବିଶ୍ୱ ବଜାର ମାନଙ୍କରେ ପ୍ରଚାରମୂଳକ ଅଭିଯାନ କାର୍ଯ୍ୟ ହାତକୁ ନେଇଥାଏ । ପୁନଶ୍ଚ, ଏସବୁର ମନ୍ତ୍ରଣାଳୟର ଆଧିକାରିକ ୱେବସାଇଟ୍ ତଥା ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ ଗୁଡିକ ସହାୟତାରେ ମଧ୍ୟ ଅଧିକ ପ୍ରୋତ୍ସାହନ କରା ଯାଇଥାଏ ।
ଏସବୁ ବ୍ୟତୀତ, ପର୍ଯ୍ୟଟନ ମନ୍ତ୍ରଣାଳୟ ସଂପୃକ୍ତ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ସହିତ ପରାମର୍ଶ କରି ଚିହ୍ନିତ ତୀର୍ଥସ୍ଥଳୀ ଏବଂ ଐତିହ୍ୟ ସ୍ଥଳ ଗୁଡିକର ସମନ୍ୱିତ ବିକାଶ ଉଦ୍ଦେଶ୍ୟ ନେଇ ‘ତୀର୍ଥ ଯାତ୍ରା ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକତା, ଐତିହ୍ୟ ବୃଦ୍ଧି ଅଭିଯାନ (ପ୍ରସାଦ) ରାଷ୍ଟ୍ରୀୟ ମିଶନ' ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ ।
ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ନିମନ୍ତେ ସ୍ୱଦେଶ ଦର୍ଶନ ଅଧୀନରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରା ଯାଇଥାଏ । ଏହି ସ୍ଥଳୀ ଗୁଡିକୁ ଚିହ୍ନଟ କରିବା ମୁଖ୍ୟତଃ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଂଚଳର ପ୍ରଶାସନ ମାନଙ୍କର ବିଶେଷାଧିକାର ଅଟେ । ପାଣ୍ଠି ଉପଲବ୍ଧତା, ଉପଯୁକ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା, ଯୋଜନା ନିର୍ଦ୍ଦେଶାବଳୀ ଗୁଡିକୁ ପାଳନ କରିବା, ପୂର୍ବରୁ ପ୍ରଦାନ କରା ଯାଇଥିବା ପାଣ୍ଠିର ଉପଯୋଗ ଇତ୍ୟାଦି ପ୍ରକଳ୍ପ ଗୁଡିକ ଅନୁମୋଦିତ ହୋଇଛି । ପରିପୋଷଣୀୟ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ ଅଧୀନରେ ବିକାଶ ପାଇଁ ସ୍ୱଦେଶ ଦର୍ଶନ ଯୋଜନାକୁ ଏସ୍ଡି ୨.୦ ରେ ନୂତନ ରୂପରେଖ ଦିଆଯାଇଛି ତଥା ଦ୍ୱାରକାର ଏସ୍ଡି ୨.୦ ଅନୁସାରେ ବିକାଶ ନିମନ୍ତେ ଚୟନ କରାଯାଇଛି ।
ଗତକାଲି ରାଜ୍ୟସଭାରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର - ପୂର୍ବାଂଚଳ କ୍ଷେତ୍ର ବିକାଶ ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀଙ୍କ ଦ୍ୱାରା ଏକ ପ୍ରଶ୍ନର ଏହି ଉତ୍ତର ଦିଆଯାଇଛି ।
*****
SSP
(Release ID: 1914626)