ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ମୂଳ ପାଠ୍ୟ

Posted On: 04 APR 2023 10:31AM by PIB Bhubaneshwar

ନମସ୍କାର!

ମାନ୍ୟଗଣ୍ୟ, ରାଷ୍ଟ୍ର ମୁଖ୍ୟଗଣ, ଶିକ୍ଷାବିତ୍‌,  ବ୍ୟବସାୟୀ ନେତୃବୃନ୍ଦ, ନୀତି ନିର୍ମାତା, ଏବଂ ସାରା ବିଶ୍ୱର ମୋର ପ୍ରିୟ ବନ୍ଧୁଗଣ!

ସମସ୍ତଙ୍କୁ ମୋର ଶୁଭେଚ୍ଛା । ଭାରତରେ ଆପଣ ସମସ୍ତଙ୍କୁ ସ୍ୱାଗତ! ସର୍ବପ୍ରଥମେ, ମୁଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମିଳିତ ମଂଚକୁ ଅଭିନନ୍ଦନ ଜଣାଉଛି । ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ଆଇସିଡିଆର୍‌ଆଇ - ୨୦୨୩ର ଆନ୍ତର୍ଜାତିକ ସମ୍ମିଳନୀର ୫ମ ସଂସ୍କରଣର ଅବସର ପ୍ରକୃତରେ ଏକ ବିଶେଷ ଅବସର ଅଟେ ।

ବନ୍ଧୁଗଣ,

ଏକ ବିଶ୍ୱ ଦୃଷ୍ଟିକୋଣରୁ ସିଡିଆର୍‌ଆଇ ଉତ୍ପନ୍ନ ହେଲା । ଏକ ନିବିଡ଼ ଭାବରେ ସଂଯୁକ୍ତ ଦୁନିଆରେ ବିପର୍ଯ୍ୟୟର ପ୍ରଭାବ କେବଳ ସ୍ଥାନୀୟ ହୋଇ ନଥାଏ । ଗୋଟିଏ ଅଞ୍ଚଳରେ ଘଟୁଥିବା ବିପର୍ଯ୍ୟୟ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ଅନ୍ୟ ଅଞ୍ଚଳ ଉପରେ ମଧ୍ୟ ଏକ ବଡ ପ୍ରଭାବ ପକାଇପାରେ । ତେଣୁ, ଆମର ପ୍ରତିକ୍ରିୟା ସମନ୍ୱିତ ହେବା ଆବଶ୍ୟକ, ପରସ୍ପର ଠାରୁ ଭିନ୍ନ ନୁହେଁ ।

ବନ୍ଧୁଗଣ,

କିଛି ବର୍ଷ ମଧ୍ୟରେ, ୪୦ ରୁ ଅଧିକ ଦେଶ ସିଡିଆର୍‌ଆଇର ଅଂଶ ହୋଇ ପାରିଛନ୍ତି । ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଂଚରେ ପରିଣତ ହେଉଛି । ଉନ୍ନତ ଅର୍ଥ ବ୍ୟବସ୍ଥା ଏବଂ ବିକାଶଶୀଳ ଅର୍ଥନୀତି, ବଡ଼ ଏବଂ ଛୋଟ ଦେଶ ସମୂହ, ଉତ୍ତର ବିଶ୍ୱ ଏବଂ ଦକ୍ଷିଣ ବିଶ୍ୱ ଏହି ମଂଚରେ ଏକାଠି ହେଉଛନ୍ତି । ଏହା ମଧ୍ୟ ଉତ୍ସାହଜନକ ଯେ , ଏଥିରେ କେବଳ ସରକାରମାନେ ସାମିଲ୍ ନୁହନ୍ତି, ବିଶ୍ୱ ସ୍ତରୀୟ ଅନୁଷ୍ଠାନ, ପରିସର ବିଶେଷଜ୍ଞ ଏବଂ ଘରୋଇ କ୍ଷେତ୍ର ମଧ୍ୟ ଏକ ଭୂମିକା ନିର୍ବାହ କରୁଛନ୍ତି ।

ବନ୍ଧୁଗଣ,

ଯେହେତୁ ଆମେ ଭିତ୍ତିଭୂମି ସଂରଚନା ବିଷୟରେ ଆଲୋଚନା କଲାବେଳେ କିଛି ପ୍ରାଥମିକତାକୁ ନିଶ୍ଚିତ ରୂପରେ ମନେ ରଖିବାକୁ ପଡିବ । ଚଳିତ ବର୍ଷର ସମ୍ମିଳନୀ ପାଇଁ ସିଡିଆର୍‌ଆଇର ବିଷୟ ସମାବେଶୀ ଏବଂ ପ୍ରତିରୋଧୀ ଭିତ୍ତିଭୂମି ପ୍ରଦାନ ସହିତ ସମ୍ପର୍କିତ । ଭିତ୍ତିଭୂମି କେବଳ ଲାଭ ବିଷୟରେ ନୁହେଁ, ବରଂ ବ୍ୟାପକତା ଏବଂ ନମନୀୟତା ବିଷୟକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ । ଭିତ୍ତିଭୂମି ନିଶ୍ଚିତ ଭାବରେ କାହାକୁ ପଛରେ ଛାଡ଼ିବା ଉଚିତ ନୁହେଁ ଏବଂ ସଙ୍କଟ ସମୟରେ ମଧ୍ୟ ଲୋକ ମାନଙ୍କୁ ସେବା ପ୍ରଦାନ କରିବ । ଆହୁରି ମଧ୍ୟ, ଭିତ୍ତିଭୂମି ବିଷୟରେ ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । ପରିବହନ ଭିତ୍ତିଭୂମି ଭଳି ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ବିପର୍ଯ୍ୟୟ ସମୟରେ, ଯେଉଁମାନେ ଦୁଃଖ ଭୋଗୁଛନ୍ତି, ସେମାନଙ୍କ ପାଇଁ ଆମର ହୃଦୟ ବ୍ୟଥିତ ହୋଇ ପଡିବା ସ୍ୱାଭାବିକ କଥା । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ ହୋଇଥାଏ ଏବଂ ଏହା ହେବା ମଧ୍ୟ ଠିକ୍ କଥା । ନମନୀୟତା ହେଉଛି ସରକାରୀ ବ୍ୟବସ୍ଥା କିପରି ଲୋକ ମାନଙ୍କ  ଜୀବନକୁ ଯେତେ ଶୀଘ୍ର ସମ୍ଭବ ପୁନର୍ବାର ସାଧାରଣ କରିବାକୁ ସୁନିଶ୍ଚିତ କରି ପାରିବ । ଗୋଟିଏରୁ ଅନ୍ୟ ବିପର୍ଯ୍ୟୟ ମଧ୍ୟରେ ରହିଥିବା ସମୟରେ ପ୍ରତିରୋଧୀତା ନିର୍ମିତ ହୋଇଥାଏ । ଅତୀତର ବିପର୍ଯ୍ୟୟକୁ ଅଧ୍ୟୟନ କରିବା ଏବଂ ସେଥିରୁ ଶିକ୍ଷାଲାଭ କରିବା ହେଉଛି ଏକମାତ୍ର ମାର୍ଗ । ଆଉ ଏହିଠାରେ ହିଁ ସିଡିଆର୍‌ଆଇ  ଏବଂ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ବନ୍ଧୁଗଣ,

ପ୍ରତ୍ୟେକ ଦେଶ ଏବଂ ଅଞ୍ଚଳ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ସମାଜଗୂଡ଼ିକ ଭିତ୍ତିଭୂମି ସହିତ ସମ୍ପର୍କିତ ସ୍ଥାନୀୟ ଜ୍ଞାନର ବିକାଶ କରିଥାନ୍ତି ଯାହା ବିପର୍ଯ୍ୟୟକୁ ସାମନା କରି ପାରିବ । ଭିତ୍ତିଭୂମି ସଂରଚନାକୁ ଆଧୁନିକୀକରଣ କରିବା ବେଳେ, ଏଭଳି ଜ୍ଞାନକୁ ବୁଦ୍ଧିମତ୍ତାର ସହିତ ବ୍ୟବହାର କରାଯିବା ଆବଶ୍ୟକ ଅଟେ । ସ୍ଥାନୀୟ ଅର୍ନ୍ତଦୃଷ୍ଟି ସହିତ ଆଧୁନିକ ପ୍ରଯୁକ୍ତି ବିଦ୍ୟା ନମନୀୟତା ପାଇଁ ଉତ୍ତମ ହୋଇପାରେ । ଅଧିକନ୍ତୁ, ଯଦି ଭଲ ଭାବରେ ନଥୀକରଣ ହୁଏ, ସ୍ଥାନୀୟ ଜ୍ଞାନ ଏକ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ହୋଇପାରେ!

ବନ୍ଧୁଗଣ,

ସିଡିଆର୍‌ଆଇର କିଛି ପଦକ୍ଷେପ ଏହାର ସମାବେଶୀ ଉଦ୍ଦେଶ୍ୟ ଦେଖାଇ ଚାଲିଛି । ଦ୍ୱୀପାଂଚଳ ରାଷ୍ଟ୍ର ସମୂହ ପାଇଁ ପ୍ରତିରୋଧୀ ଭିତ୍ତିଭୂମି ପଦକ୍ଷେପ ବା ଆଇଆରଆଇଏସ୍ ଅନେକ ଦ୍ୱୀପପୁଞ୍ଜ ଦେଶମାନଙ୍କୁ ଲାଭ ପ୍ରଦାନ କରୁଛି । ଏହି ଦ୍ୱୀପପୁଞ୍ଜ ଗୁଡିକ ଛୋଟ ହୋଇପାରେ, କିନ୍ତୁ ସେଥିରେ ବାସ କରୁଥିବା ପ୍ରତ୍ୟେକ ମନୁଷ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଇ ମାତ୍ର ଗତ ବର୍ଷ ଭିତ୍ତିଭୂମି ନମନୀୟତା ଗତିବର୍ଦ୍ଧକ ପାଣ୍ଠି ସମ୍ପର୍କରେ ଘୋଷଣା କରା ଯାଇଥିଲା । ଏହି ୫୦ ନିୟୁତ ଡଲାରର ପାଣ୍ଠି ବିକାଶଶୀଳ ଦେଶ ମାନଙ୍କ ମଧ୍ୟରେ ବିପୁଳ ଆଗ୍ରହ ସୃଷ୍ଟି କରିଛି । ଆର୍ଥିକ ସମ୍ବଳର ପ୍ରତିବଦ୍ଧତା ପଦକ୍ଷେପ ଗୁଡ଼ିକର ସଫଳତା ନିମନ୍ତେ ଚାବିକାଠି ।

ବନ୍ଧୁଗଣ,

ସାମ୍ପ୍ରତିକ ବିପର୍ଯ୍ୟୟ ଆମକୁ ସାମ୍ନା କରୁଥିବା ଆହ୍ୱାନର ଭୟାବହତାକୁ ମନେ ପକାଇ ଦେଇଛି ।  ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେଉଛି । ଭାରତ ଏବଂ ୟୁରୋପରେ ଆମର ଉତ୍ତାପ ଲହରୀ ଥିଲା । ଭୂକମ୍ପ, ଘୂର୍ଣ୍ଣିବଳୟ ଏବଂ ଆଗ୍ନେୟଗିରି ଦ୍ୱାରା ପୃଥିବୀର ଅନେକ ଦ୍ୱୀପପୁଞ୍ଜ କ୍ଷତିଗ୍ରସ୍ତ ହୋଇଥିଲେ । ତୁର୍କୀ ଏବଂ ସିରିୟାରେ ଭୂକମ୍ପ ବିପୁଳ ଧନ ଜୀବନ ନଷ୍ଟର କାରଣ ପାଲଟି ଥିଲା । ଆପଣ ମାନଙ୍କର କାମ ଅଧିକ ପ୍ରାସଙ୍ଗିକ ହୋଇଯାଉଛି । ସିଡିଆର୍‌ଆଇରୁ ବହୁତ ଆଶା ଅଛି ।

ବନ୍ଧୁଗଣ,

ଚଳିତ ବର୍ଷ ଭାରତ ମଧ୍ୟ ନିଜର ଜି ୨୦ ଅଧ୍ୟକ୍ଷତା ମାଧ୍ୟମରେ ବିଶ୍ୱକୁ ଏକାଠି କରୁଛି । ଜି ୨୦ର ଅଧ୍ୟକ୍ଷ ଭାବରେ, ଆମେ ସିଡିଆର୍‌ଆଇକୁ ଅନେକ କାର୍ଯ୍ୟ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ସାରିଛୁ । ଆପଣ ଏଠାରେ ଅନୁସନ୍ଧାନ କରୁଥିବା ସମାଧାନ ଗୁଡିକ ବିଶ୍ୱର ନୀତି ନିର୍ଦ୍ଧାରଣର ସର୍ବୋଚ୍ଚ ସ୍ତରରେ ଧ୍ୟାନ ଗ୍ରହଣ କରିବ । ଭିତ୍ତିଭୂମି ନମନୀୟତା ଦିଗରେ ଅବଦାନ ରଖିବାକୁ ଏହା ସିଡିଆରଆଇ ପାଇଁ ଏହା ଏକ ସୁଯୋଗ, ବିଶେଷକରି ଜଳବାୟୁ ବିପଦ ଏବଂ ବିପର୍ଯ୍ୟୟ ବିରୁଦ୍ଧରେ ଭିତ୍ତିଭୂମି ନମନୀୟତା ପାଇଁ । ମୁଁ ନିଶ୍ଚିତ ଯେ ଆଇସିଡିଆର୍‌ଆଇରେ ୨୦୨୩ ରେ ହୋଇଥିବା ବିଚାର ବିମର୍ଶ ଏକ ଅଧିକ ନମନୀୟ ଦୁନିଆର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ଏକ ମାର୍ଗ ପ୍ରଦାନ କରିବ ।

***

SSP

 



(Release ID: 1913603) Visitor Counter : 121