ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚିଲା ବାଧ୍ୟତାମୂଳକ ଟେଷ୍ଟିଂ ତାରିଖ

Posted On: 31 MAR 2023 4:02PM by PIB Bhubaneshwar

ବର୍ତ୍ତମାନ ଦେଶରେ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ (ଏଟିଏସ)ର ସ୍ଥିତିକୁ ଦୃଷ୍ଟିରେ ରଖି ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ, ମଧ୍ୟମ ସାମଗ୍ରୀ ପରିବହନ ଯାନ/ମଧ୍ୟମ ଯାତ୍ରୀ ପରିବହନ ଯାନ ଏବଂ ହାଲୁକା ମୋଟରଯାନ ପାଇଁ ବାଧ୍ୟତାମୂଳକ ଫିଟନେସ ଟେଷ୍ଟିଂ ତାରିଖକୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏ ସଂକ୍ରାନ୍ତରେ ୨୯.୦୩.୨୦୨୩ରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଆର ୨୭୨(ଇ) ତାରିଖ ୦୫.୦୪.୨୦୨୨ରେ ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ବିଜ୍ଞପ୍ତି ଅନୁଯାୟୀ, ସ୍ୱୟଂଚଳିତ ଟେଷ୍ଟିଂ ଷ୍ଟେସନର ମାନ୍ୟତା, ନିୟାମକ ଓ ନିୟନ୍ତ୍ରଣ ପାଇଁ ନିୟମ ୧୭୫ ଅନୁଯାୟୀ ପଞ୍ଜିକୃତ ହୋଇଥିବା ଏକ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ ଜରିଆରେ ଗାଡ଼ିର ଫିଟନେସ ଯାଞ୍ଚ କରି ପ୍ରମାଣପତ୍ର ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା । 

ଭାରୀ ସାମଗ୍ରୀ ପରିବହନ ଯାନ/ଭାରୀ ଯାତ୍ରୀ ପରିବହନ ଯାନ ପାଇଁ ଏହି ନିୟମ ଆସନ୍ତକାଲି ଅର୍ଥାତ୍‌ ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ

ଅନ୍ୟପଟେ ମଧ୍ୟମ ସାମଗ୍ରୀ ପରିବହନ ଯାନ/ମଧ୍ୟମ ଯାତ୍ରୀ ପରିବହନ ଯାନ ଏବଂ ହାଲୁକା ମୋଟରଯାନ (ପରିବହନ) ପାଇଁ ଏହି ନିୟମ ୧ ଜୁନ୍‌ ୨୦୨୪ ଠାରୁ ଲାଗୁ ହେବ ।

 

****

P.S.



(Release ID: 1912696) Visitor Counter : 78