ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଝାନସୀର ବିଶ୍ୱ ସ୍ତରୀୟ ଷ୍ଟେସନ ଝାନସୀ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ନିଶ୍ଚିତ କରିବ: ପ୍ରଧାନମନ୍ତ୍ରୀ

Posted On: 31 MAR 2023 3:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଝାନସୀର ବିଶ୍ୱ ସ୍ତରୀୟ ଷ୍ଟେସନ୍ ଝାନସୀ ତଥା ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ପର୍ଯ୍ୟଟନ ଏବଂ ବ୍ୟବସାୟ ନିଶ୍ଚିତ କରିବ । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଭାରତରେ ଆଧୁନିକ ଷ୍ଟେସନ କରିବା ପ୍ରୟାସର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ଝାନସୀ ସାଂସଦ ଶ୍ରୀ ଅନୁରାଗ ଶର୍ମା ଟୁଇଟ୍‍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁନ୍ଦେଲଖଣ୍ଡବାସୀଙ୍କ ପାଇଁ ଝାନସୀକୁ ବିଶ୍ୱ ସ୍ତରୀୟ ଷ୍ଟେସନ ଭାବେ ପରିଣତ କରିବାକୁ ଅନୁମୋଦନ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଉତ୍ତରପ୍ରଦେଶର ଝାନସୀ ସାଂସଦଙ୍କ ଟୁଇଟ୍‍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ସମଗ୍ର ଭାରତରେ ଆଧୁନିକ ଷ୍ଟେସନ କରିବା ପାଇଁ ଆମର ପ୍ରୟାସର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ଝାନସୀ ତଥା ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ନିଶ୍ଚିତ କରିବ ।”

HP



(Release ID: 1912536) Visitor Counter : 73