ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏପ୍ରିଲ ୧ ତାରିଖରେ ଭୋପାଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
Posted On:
30 MAR 2023 11:34AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଏପ୍ରିଲ, ୨୦୨୩ ରେ ଭୋପାଳ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଭୋପାଳର କୁଶାଭୁ ଥାକରେ ହଲରେ ପ୍ରଧାନମନ୍ତ୍ରୀ ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩ ରେ ଯୋଗଦେବେ । ଏହା ପରେ ଅପରାହ୍ନ ପ୍ରାୟ ୩.୧୫ ସମୟରେ ପ୍ରଧାନମନ୍ତ୍ରୀ ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ଭୋପାଳର ରାଣୀ କମଳାପତି ରେଳ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭ କରିବେ ।
ମିଳିତ କମାଣ୍ଡର ସମ୍ମିଳନୀ -୨୦୨୩
ମିଲିଟାରୀ କମାଣ୍ଡରମାନଙ୍କର ତିନି ଦିନିଆ ସମ୍ମିଳନୀ ୩୦ ମାର୍ଚ୍ଚରୁ ୧ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ " ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ” ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ । ସମ୍ମିଳନୀ ସମୟରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯିବ । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ "ଆତ୍ମନିର୍ଭରତା” ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯିବ ।
ଏହି ସମ୍ମିଳନୀରେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ । ସ୍ଥଳସେନା, ନୌସେନା ଏବଂ ବାୟୁସେନାର ସୈନିକ, ନାବିକ ଏବଂ ବାୟୁସୈନିକଙ୍କ ସହିତ ଅନ୍ତର୍ଭୁକ୍ତ ଏବଂ ଅନୌପଚାରିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ ।
ବନ୍ଦେ ଭାରତ ଏକ୍ସପ୍ରେସ
ବନ୍ଦେ ଭାରତ ଏକ୍ସପ୍ରେସ ଦେଶରେ ଯାତ୍ରୀ ଯାତ୍ରା ଅଭିଜ୍ଞତାକୁ ନୂତନ ପରିଚୟ ପ୍ରଦାନ କରିଛି । ଭୋପାଳର ରାଣୀ କମଲଳାପତି ରେଳ ଷ୍ଟେସନ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଆରମ୍ଭ ହେଉଥିବା ଏହି ନୂତନ ଟ୍ରେନ୍ ଦେଶର ଏକାଦଶ ବନ୍ଦେ ଭାରତ ଟ୍ରେନ୍ ହେବ । ସ୍ୱଦେଶୀ ଡିଜାଇନରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଯାତ୍ରୀ ସୁବିଧା ସହିତ ସଜ୍ଜିତ । ଏହା ରେଳ ବ୍ୟବହାରକାରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।
HS
(Release ID: 1912275)
Visitor Counter : 135
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam