ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ଆତ୍ମନିର୍ଭର ଭାରତ : ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ - ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ

प्रविष्टि तिथि: 30 MAR 2023 1:55PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ - ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ ବାଙ୍ଗାଲୋର ସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ୍‌) ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଯାହାକି ଭାରତୀୟ - ଆଇଡିଏମଏମ (ସ୍ୱଦେଶୀ ଡିଜାଇନ୍‌ରେ ବିକଶିତ ଏବଂ ଉତ୍ପାଦିତ) ବର୍ଗ ଅଧୀନରେ ମୋଟ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ହେବ । ଲିଙ୍କ୍ସ - ୟୁ୨ ବ୍ୟବସ୍ଥା ହେଉଛି ଏକ ନୌସେନା ଗୁଳିଗୋଳାଜନିତ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା (ନାଭାଲ ଗନ୍ ଫାୟାର କଂଟ୍ରୋଲ ସିଷ୍ଟମ୍‌) ଯାହା ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି । ଏହା ସାମୁଦ୍ରିକ ଅବ୍ୟବସ୍ଥା ମଧ୍ୟରେ ତଥା ବାୟୁ / ଭୂପୃଷ୍ଠ ଲକ୍ଷ୍ୟ ମଧ୍ୟରେ ସଠିକ୍ ଭାବରେ ଟ୍ରାକିଂ କରିବା ଏବଂ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ।

୪ର୍ଥ ପିଢ଼ି, ସଂପୂର୍ଣ୍ଣ ଭାବରେ ସ୍ୱଦେଶୀ ପ୍ରଣାଳୀରେ ନିର୍ମିତ, ନୂତନ ପିଢ଼ି ସମୁଦ୍ର ତଟବର୍ତୀ ଇଲାକାରେ ପହରା ଦେଉଥିବା ଜାହାଜରେ ଏହା ସ୍ଥାପିତ ହେବ ଯାହା ଗାର୍ଡେନ୍‌ରିଚ୍ ସିପ୍ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଏବଂ ଗୋଆ ସିପ୍‌ୟାର୍ଡ ଲିମିଟେଡ ଠାରେ ସ୍ୱଦେଶୀ ଭାବରେ ନିର୍ମିତ ହେବ । ଏହି ପଦକ୍ଷେପ ଚାରି ବର୍ଷ ମଧ୍ୟରେ ଦୁଇ ଲକ୍ଷ ମାନବ- ଦିବସର ରୋଜଗାର ସୃଷ୍ଟି କରିବ ଏବଂ ଏମ୍‌ଏସଏମ୍‌ଇ ସମେତ ବିଭିନ୍ନ ଭାରତୀୟ ଉଦ୍ୟୋଗ ଗୁଡିକର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବ, ଯାହାର ପରିଣାମ ସ୍ୱରୂପ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭରତା' ହାସଲ କରିବା ପାଇଁ ସରକାରଙ୍କ ଉଦ୍ୟମ ପ୍ରତି ଏହାର ଉଲ୍ଲେଖନୀୟ ଅବଦାନ ରହିବ ।

SSP


(रिलीज़ आईडी: 1912273) आगंतुक पटल : 191
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Tamil , Telugu