ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
azadi ka amrit mahotsav

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

प्रविष्टि तिथि: 24 MAR 2023 9:16PM by PIB Bhubaneswar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି । ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଉପରେ ଆଧାରିତ ।

୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟ (ଟିଡି-୩ ଯାହାକି ପୂର୍ବର ଟିଡି-୫ ଗ୍ରେଡ ସହ ସମାନ)ର ଏମଏସପିକୁ କ୍ୱିଣ୍ଟାଲ ପ୍ରତି ୫୦୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ  ଖର୍ଚ୍ଚ ଉପରେ ୬୩.୨୦ ପ୍ରତିଶତର ଅତିରିକ୍ତ ଆୟ ସୁନିଶ୍ଚିତ କରିବ । ସର୍ବଭାରତୀୟ ସ୍ତରରେ ଲାଗୁ ହେଉଥିବା ହାରାହାରୀ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ ଗୁଣା ଅତିରିକ୍ତ ଆୟ ଚାଷୀମାନଙ୍କୁ ଯୋଗାଇ ଦେବାକୁ ସରକାର ୨୦୧୮-୧୯ ବଜେଟ୍‌ରେ ଘୋଷଣା କରିଥିଲେ । ସେହି ଅନୁରୂପ କଞ୍ଚା ଝୋଟର ଏମଏସପି ନିର୍ଦ୍ଧାରଣ କରାଯାଇଛି ।

ଏହା ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବ । ଝୋଟ ଚାଷୀମାନଙ୍କୁ ଭଲ ପାରିଶ୍ରମିକ ଦେବା ସହିତ  ଉନ୍ନତମାନର ଝୋଟ ଫାଇବରକୁ ପ୍ରୋତ୍ସାହିତ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

ଭାରତୀୟ ଝୋଟ ନିଗମ (ଜେସିଆଇ) ମୂଲ୍ୟ ସହାୟତା କାର୍ଯ୍ୟ ପରିଚାଳନା କରିବା ଲାଗି କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ପରିଚାଳନା ସମୟରେ କୌଣସି କ୍ଷତି ହେଲେ କେନ୍ଦ୍ର ସରକାର ଏଥିପାଇଁ ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ ।

 

*****

P.S.

 

 


(रिलीज़ आईडी: 1910545) आगंतुक पटल : 199
इस विज्ञप्ति को इन भाषाओं में पढ़ें: Tamil , Telugu , Kannada , Malayalam , Bengali , Assamese , English , Urdu , Marathi , हिन्दी , Manipuri , Punjabi , Gujarati