ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଷଣ ପକ୍ଷର ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 MAR 2023 8:38AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଆରମ୍ଭ ହେଉଥିବା ବାର୍ଷିକ ପୋଷଣ ପକ୍ଷରେ ଶ୍ରୀ ଅନ୍ନ (ମିଲେ୍‌ଟସ) ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଉଥିବାରୁ ସନ୍ତୋଷତା ପ୍ରକାଶ କରିଛନ୍ତି। 

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜେଡ୍‌ ଇରାନୀଙ୍କ ଟ୍ବିଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି : 

‘‘ମୁଁ କାମନା କରୁଛି ଯେ ପୋଷଣ ପକ୍ଷ ଉଚିତ୍ ପୋଷଣ ବିଷୟରେ ସଚେତନତା ପ୍ରସାର କରିବା ଓ କୁପୋଷଣର ବିପଦକୁ ଦୂର କରିବାରେ ସହାୟତା କରିବ। ଏଥିରେ ଶ୍ରୀ ଅନ୍ନ (ମିଲେଟ୍‌ସ) ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଉଥିବାରୁ ବହୁତ ଖୁସୀ, ଯାହାକି ସୁସ୍ଥ ଜୀବନକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।’’

 

BS


(ରିଲିଜ ଆଡି: 1909627) ପରିଦର୍ଶକ କାଉଣ୍ଟର : 149