ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଚାଲିଥିବା ନିରନ୍ତର ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
17 MAR 2023 12:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଚାଲିଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ମଧ୍ୟ ଭାରତୀୟ ପ୍ରତିଭା ଉପରେ ଆମର ବିଶ୍ୱାସକୁ ପ୍ରମାଣିତ କରୁଛି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଏକ ଟୁଇଟ୍ ସେୟାର କରି ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ୭୦,୫୦୦ କୋଟି ଟଙ୍କାର ପ୍ରସ୍ତାବ ଏବଂ ୨.୭୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ରୟକୁ ୨୩ ଆର୍ଥିକ ବର୍ଷରେ ଅନୁମୋଦନ କରାଯାଇଛି ଯେଉଁଠାରେ ୯୯% ସାମଗ୍ରୀ ଭାରତୀୟ ଶିଳ୍ପରୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ।
“ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି, ଏହା ମଧ୍ୟ ଭାରତୀୟ ପ୍ରତିଭା ଉପରେ ଆମର ବିଶ୍ୱାସକୁ ପ୍ରମାଣିତ କରିଛି ।”
HS
(रिलीज़ आईडी: 1908219)
आगंतुक पटल : 152
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam