ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହେବ ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ

Posted On: 16 MAR 2023 6:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ୧୮ ମାର୍ଚ୍ଚ ୨୦୨୩ ଅପରାହ୍ଣ ୫ଟା ସମୟରେ ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନକୁ ଉଦଘାଟନ କରାଯିବ ।

ଏହା ହେଉଛି ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ଇନ୍ଧନ ପାଇପଲାଇନ ଯାହାକୁ ୩୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ବାଂଲାଦେଶ ପଟେ ଥିବା ପାଇପଲାଇନକୁ ୨୮୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଏବଂ ଅନୁଦାନ ସହାୟତା ଆକାରରେ ଭାରତ ସରକାର ଏହାର ଖର୍ଚ୍ଚ ବହନ କରିଛନ୍ତି ।

ଏହି ପାଇପଲାଇନ ଜରିଆରେ ବାର୍ଷିକ ୧ ନିୟୁତ ମେଟ୍ରିକ ଟନ୍‌ କ୍ଷମତାର ହାଇସ୍ପିଡ୍‌ ଡିଜେଲ (ଏଚଏସପି) ପରିବହନ କରାଯାଇପାରିବ । ଏହା ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ବାଂଲାଦେଶର ସାତଟି ଜିଲ୍ଲାକୁ ହାଇସ୍ପିଡ୍‌ ଡିଜେଲ୍‌ ଯୋଗାଇ ଦିଆଯିବ ।

ଭାରତ-ବାଂଲାଦେଶ ବନ୍ଧୁତା ପାଇପଲାଇନ କାର୍ଯ୍ୟକ୍ଷମ ହେବା ଦ୍ବାରା ଭାରତରୁ ବାଂଲାଦେଶକୁ ଦୀର୍ଘସ୍ଥାୟୀ, ଭରସାଯୋଗ୍ୟ, ଖର୍ଚ୍ଚସାପେକ୍ଷ ଏବଂ ପରିବେଶ ଅନୁକୂଳ ପରିବହନ ମାଧ୍ୟମରେ ଏଚଏସପି ପଠାଇବା ସମ୍ଭବ ହେବ । ଏହା ଦୁଇ ଦେଶ ମଧ୍ୟରେ ଇନ୍ଧନ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବ ।

****



(Release ID: 1907807) Visitor Counter : 112