ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ୍‍ ଭାରତୀୟ ଜନ ଔଷଧି ପରିଯୋଜନା କୋଟି କୋଟି ଭାରତୀୟଙ୍କ ଚିକିତ୍ସା ଖର୍ଚ୍ଚ ଚିନ୍ତା ଦୂର କରିଛି: ପ୍ରଧାନମନ୍ତ୍ରୀ

Posted On: 07 MAR 2023 2:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଏମ୍‍ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମବିଜେପି) ର ସଫଳତା ଅତ୍ୟନ୍ତ ସନ୍ତୋଷଜନକ ଅଟେ । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା କେବଳ ଦେଶର କୋଟି କୋଟି ଲୋକଙ୍କ ଚିକିତ୍ସା ଖର୍ଚ୍ଚ ନେଇ ଥିବା ଚିନ୍ତାକୁ ଦୂର କରିନାହିଁ, ବରଂ ସେମାନଙ୍କ ଜୀବନକୁ ମଧ୍ୟ ସହଜ କରିଛି ।

ଏକ ଟୁଇଟ୍ ଯୋଗେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି ଯେ ଆଜି ଦେଶରେ ୫ମ ଜନ ଔଷଧି ଦିବସ ପାଳନ କରାଯାଉଛି । ଏହି ଯୋଜନା ଭାରତର ସାଧାରଣ ଲୋକଙ୍କ ଜୀବନରେ ସିଧାସଳଖ ସକରାତ୍ମକ ପ୍ରଭାବ ପକାଇଛି । ଦେଶରେ ପ୍ରତିଦିନ ୧୨ ଲକ୍ଷରୁ ଅଧିକ ନାଗରିକ ଜନ ଔଷଧି କେନ୍ଦ୍ରରୁ ଔଷଧ କିଣୁଛନ୍ତି । ଏଠାରେ ଉପଲବ୍ଧ ଔଷଧ ବଜାର ମୂଲ୍ୟ ଅପେକ୍ଷା ୫୦% ରୁ ୯୦% ଶସ୍ତା ଅଟେ ।

କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟ୍‌ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଭାରତୀୟ ଜନ ଔଷଧି ପରିଯୋଜନାର ସଫଳତା ଅତ୍ୟନ୍ତ ସନ୍ତୋଷଜନକ ଅଟେ । ଏହା କେବଳ ଚିକିତ୍ସା ଖର୍ଚ୍ଚକୁ ନେଇ ଦେଶର କୋଟି କୋଟି ଲୋକଙ୍କ ଚିନ୍ତା ଦୂର କରିନାହିଁ, ବରଂ ସେମାନଙ୍କ ଜୀବନକୁ ମଧ୍ୟ ସହଜ କରିଛି ।”

HS



(Release ID: 1904938) Visitor Counter : 119