ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ ପୁରସ୍କାର-୨୦୨୩ ଜିତିଲା ଭାରତ


ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଆରମ୍ଭ କରିଛି ଏବଂ ସାରା ବିଶ୍ୱ ଏହାର ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି - ଶ୍ରୀ ଅଶ୍ୱିନୀ ବୈଷ୍ଣବ

ପୋଷ୍ଟ କରାଯିବା ଦିନାଙ୍କ: 28 FEB 2023 5:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ଜିଏସଏମ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର- ୨୦୨୩ ପ୍ରଦାନ କରାଯାଇଛି । ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ କରିବା ଲାଗି ଭାରତକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

 

https://static.pib.gov.in/WriteReadData/userfiles/image/image001EY9C.jpg

ପୁରସ୍କାର ଜିତିବା ସମ୍ପର୍କରେ ଘୋଷଣା କରୁଛନ୍ତି ଶ୍ରୀ ଅଶ୍ୱିନୀ ବୈଷ୍ଣବ

 

ଭାରତ ପୁରସ୍କାର ଜିତିବା ଅବସରରେ, କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଶ୍ରୀ ଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି, ଜିଏସଏମଏ ପୁରସ୍କାର ଏହାର ଏକ ଉଦାହରଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ସଂସ୍କାରର ପ୍ରଭାବ ଦେଖିଛୁ । ପୂର୍ବରୁ ଆରଓଡବ୍ଲୁ ଅନୁମତି ପାଇବାକୁ ୨୩୦ ଦିନରୁ ଅଧିକ ସମୟ ଲାଗୁଥିଲା, ବର୍ତ୍ତମାନ ଏହା ମାତ୍ର ୮ ଦିନରେ ମିଳି ଯାଉଛି । ୮୫% ପ୍ରତିଶତରୁ ଅଧିକ ମୋବାଇଲ ଟାୱାର ମଞ୍ଜୁରି ଏବେ ତୁରନ୍ତ ମିଳିଯାଉଛି । ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ 5ଜି ପ୍ରଯୁକ୍ତି କାର୍ଯ୍ୟକାରୀ କରୁଛି, ଏବେ ସୁଦ୍ଧା ୩୮୭ଟି ଜିଲ୍ଲାର ପ୍ରାୟ ୧ଲକ୍ଷ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହୋଇସାରିଛି । ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଶୁଭାରମ୍ଭ କରିଛି ଏବଂ ସାରା ବିଶ୍ୱ ଏହି ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି ।

ଜିଏସଏମଏରେ ୭୫୦ରୁ ଅଧିକ ମୋବାଇଲ ଅପରେଟର ଏବଂ ୪୦୦ କମ୍ପାନୀ ପ୍ରତିନିଧିତ୍ୱ କରିଥାନ୍ତି ଏବଂ ଏହା ପ୍ରତିବର୍ଷ ଗୋଟିଏ ରାଷ୍ଟ୍ରକୁ ସମ୍ମାନିତ କରିଥାଏ। ୨୭ ଫେବୃଆରୀ ୨୦୨୩ରେ ବାର୍ସିଲୋନା ଠାରେ ଅନୁଷ୍ଠିତ ମୋବାଇଲ ବିଶ୍ୱ କଂଗ୍ରେସ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତକୁ ଜିଏସଏମଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଛି ।

https://static.pib.gov.in/WriteReadData/userfiles/image/image002D31X.jpg

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଦୂରଦୃଷ୍ଟିକୁ ଅନୁସରଣ କରି ସରକାର ସେପ୍ଟେମ୍ବର ୨୦୨୧ରେ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାର ଆଣିଥିଲେ । ଏହାପରେ ଲାଇସେନ୍ସିଂ କ୍ଷେତ୍ରରେ ସଂସ୍କାର, ପିଏମ ଗତି ଶକ୍ତି ସଞ୍ଚାର ପୋର୍ଟାଲ ଗଠନ, ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ)କୁ ବ୍ୟବସ୍ଥିତ କରିବା, ସ୍ପେକ୍ଟ୍ରମ କ୍ଷେତ୍ରରେ ସଂସ୍କାର, ସାଟେଲାଇଟ୍‌ ସଂସ୍କାର ଆଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଜିଏସଏମଏ ଦ୍ୱାରା ଭାରତ ଉପରେ ପ୍ରକାଶିତ ପଲିସୀ ସ୍ପଟ୍‌ଲାଇଟ୍‌ ଏଠାରେ ସଂଯୋଗ କରାଯାଇଛି ।

******

P.S.


(ରିଲିଜ ଆଡି: 1903189) ପରିଦର୍ଶକ କାଉଣ୍ଟର : 164
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Gujarati , Tamil