କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
ଖୁଣ୍ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁମଲା ବ୍ଲକ, ମହିଳା ବିକାଶ ମଣ୍ଡଳର ବାର୍ଷିକ ସାଧାରଣ ସମ୍ମିଳନୀରେ ପ୍ରାୟ ୧୫ ହଜାର ମହିଳାଙ୍କ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
27 FEB 2023 11:06AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ଖୁଣ୍ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁମଲା ବ୍ଲକ, ମହିଳା ବିକାଶ ମଣ୍ଡଳର ବାର୍ଷିକ ସାଧାରଣ ସମ୍ମିଳନୀରେ ପ୍ରାୟ ୧୫ ହଜାର ମହିଳାଙ୍କ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଏକ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ଖୁଣ୍ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଲକୋଟ (ଗୁମଲା) ବ୍ଲକରେ ମହିଳା ବିକାଶ ମଣ୍ଡଳର ବାର୍ଷିକ ସାଧାରଣ ସମ୍ମିଳନୀରେ ପ୍ରାୟ ୧୫ ହଜାର ମହିଳାଙ୍କ ଅଂଶଗ୍ରହଣ ସମ୍ପର୍କରେ ସୂଚନା ଦେଇଛନ୍ତି । ୯୪୪ ମହିଳା ମଣ୍ଡଳର ମହିଳାମାନେ ଏହି ମହାଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବେଶ ପ୍ରଶଂସନୀୟ ଉଦ୍ୟମ । ମହିଳାମାନଙ୍କ ବର୍ଦ୍ଧିଷ୍ଣୁ ଭାଗିଦାରୀ ସେମାନଙ୍କ ସଶକ୍ତିକରଣ ଓ ବିକାଶକୁ ସୂଚାଉଛି ।”
SR
(Release ID: 1902665)
Visitor Counter : 133
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam