ଔଦ୍ୟୋଗିକ ବ୍ୟାପାର ମନ୍ତ୍ରଣାଳୟ
ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇଂଲଣ୍ଡ ଆଣ୍ଡ ୱେଲ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ (ଆଇସିଏଇଡବ୍ଲ୍ୟୁ) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି
प्रविष्टि तिथि:
15 FEB 2023 3:47PM by PIB Bhubaneshwar
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇଂଲଣ୍ଡ ଆଣ୍ଡ ୱେଲ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ (ଆଇସିଏଇଡବ୍ଲ୍ୟୁ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଅନୁମୋଦନ କରିଛନ୍ତି।
ଏମଓୟୁ ହେଉଛି ଯୋଗ୍ୟତାର ସ୍ୱୀକୃତି ପ୍ରଦାନ, ପରସ୍ପରର ସଦସ୍ୟମାନଙ୍କୁ ତାଲିମ ଦେବା ଏବଂ ପୂର୍ବରୁ ରହିଥିବା ସର୍ତ୍ତାବଳୀ ଉପରେ ଏକ ସମ୍ପର୍କ ସ୍ଥାପନକାରୀ ଲେଖି ସଦସ୍ୟ ମାନଙ୍କୁ ଭଲ ରୂପରେ ଗ୍ରହଣ କରିବା | ଏହି ଏମଓୟୁର ପକ୍ଷମାନେ ପରସ୍ପରଙ୍କୁ ସେମାନଙ୍କର ଯୋଗ୍ୟତା , ପ୍ରବେଶ ଆବଶ୍ୟକତା, ସିପିଡି ନୀତି, ଅବ୍ୟାହତି ସମୂହ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଗୁଡ଼ିକରେ ସାମଗ୍ରିକ ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରିବେ |
ଆଇସିଏଇଡବ୍ଲ୍ୟୁ ସହିତ ଆଇସିଏଆଇ ସହଯୋଗ ବ୍ରିଟେନରେ ଭାରତୀୟ ସିଏମାନଙ୍କ ପାଇଁ ଏବଂ ବ୍ରିଟେନରେ ବିଶ୍ବ ସ୍ତରୀୟ ବୃତ୍ତିଧାରକ ସୁଯୋଗ ଖୋଜୁଥିବା ଭାରତୀୟ ସିଏ ମାନଙ୍କ ପାଇଁ ଅନେକ ବୃତ୍ତିଗତ ସୁଯୋଗ ଆଣିବ |
*****
SSP
(रिलीज़ आईडी: 1899579)
आगंतुक पटल : 174
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam