ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ସନ୍ଧାନ ଓ ଉଦ୍ଧାର ଅଭିଯାନ ପାଇଁ ଏନଡିଆରଏଫର ଦୁଇଟି ଟିମ ମୁତୟନ

Posted On: 07 FEB 2023 4:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ର ୧୦୧ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ଟିମ ସହ ତାଲିମପ୍ରାପ୍ତ ଡଗ ସ୍କ୍ୱାର୍ଡ ଓ ସମସ୍ତ ଆବଶ୍ୟକୀୟ ଉପକରଣ ୬.୨.୨୦୨୩ରେ ବଡ ଧରଣର ଭୂମିକମ୍ପ ଯୋଗୁଁ ପ୍ରଭାବିତ ତୁର୍କୀର ବିଭିନ୍ନ ଅଞ୍ଚଳକୁ ସନ୍ଧାନ ଓ ଉଦ୍ଧାର ଅଭିଯାନ ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ତୁର୍କୀ ପଠାଯାଇଛି । ଏନଡିଆରଏଫ ଟିମଗୁଡିକର ନେତୃତ୍ୱ କମାଣ୍ଡାଣ୍ଟ ଶ୍ରୀ ଗୁରମିନ୍ଦର ସିଂହ କରୁଥିବା ବେଳେ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଡାକ୍ତର ଓ ପାରାମେଡିକ୍ସ ମଧ୍ୟ ଅଛନ୍ତି । ଏହି ସ୍ୱୟଂସମ୍ପୂର୍ଣ୍ଣ ଟିମଗୁଡିକ ନିକଟରେ ଉଦ୍ଧାର ଓ ସନ୍ଧାନ ଏବଂ ବ୍ୟକ୍ତିଗତ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ରହିଛି । ଏନଡିଆରଏଫ ଟିମ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁର୍କୀର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବ । 

 

ଏହି ସଙ୍କଟଜନକ ସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ଭୂମିକମ୍ପ ମୁକାବିଲା ପାଇଁ ତୁର୍କୀ ସରକାରଙ୍କୁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଭାରତ ସରକାର ପ୍ରତିବଦ୍ଧ । 

 

SR



(Release ID: 1897114) Visitor Counter : 158