ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଜି ତୁର୍କୀରେ ହୋଇଥିବା ଭୂକମ୍ପଜନିତ କ୍ଷୟକ୍ଷତି ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ରିଲିଫ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ବୈଠକ ଆୟୋଜିତ
ତୁର୍କୀ ଗଣରାଜ୍ୟ ସରକାରଙ୍କ ସମନ୍ୱୟରେ ସନ୍ଧାନୀ ଓ ଉଦ୍ଧାର ଟିମ, ଡାକ୍ତରୀ ଟିମ ଓ ରିଲିଫ ସାମଗ୍ରୀ ତୁର୍କୀ ପଠାଯିବ
ପୋଷ୍ଟ କରାଯିବା ଦିନାଙ୍କ:
06 FEB 2023 2:34PM by PIB Bhubaneswar
ଆଜି ତୁର୍କୀରେ ହୋଇଥିବା ଭୂକମ୍ପଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡଃ ପି.କେ. ମିଶ୍ର ତୁରନ୍ତ ରିଲିଫ ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା ପାଇଁ ସାଉଥ ବ୍ଲକରେ ଏକ ବୈଠକ କରିଥିଲେ । ତୁର୍କୀ ଗଣରାଜ୍ୟ ସରକାରଙ୍କ ସମନ୍ୱୟରେ ସନ୍ଧାନୀ ଓ ଉଦ୍ଧାର ଟିମ, ଡାକ୍ତରୀ ଟିମ ଓ ରିଲିଫ ସାମଗ୍ରୀ ତୁର୍କୀ ପଠାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।
ସ୍ୱତନ୍ତ୍ର ତାଲିମପ୍ରାପ୍ତ ଡଗ ସ୍କ୍ୱାର୍ଡ ଓ ଆବଶ୍ୟକ ଉପକରଣ ସହ ୧ଶହ ଲେଖାଏଁ ଏନଡିଆରଫ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ଟିମ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକୀୟ ଔଷଧ ସହ ପ୍ରଶିକ୍ଷିତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ନେଇ ଟିମ ପ୍ରସ୍ତୁତ କରାଯାଉଛି । ତୁର୍କୀ ଗଣରାଜ୍ୟ ସରକାର, ଅଙ୍କାରା ସ୍ଥିତ ଭାରତୀୟ ଦୂତାବାସ ତଥା ଇସ୍ତାନବୁଲ ସ୍ଥିତ କନସୁଲେଟ ଜେନେରାଲ କାର୍ଯ୍ୟାଳୟ ସହ ସମନ୍ୱୟ ରଖି ରିଲିଫ ସାମଗ୍ରୀ ପଠାଯିବ ।
ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ମନ୍ତ୍ରଣାଳୟ, ଏନଡିଏମଏ, ଏନଡିଆରଏଫ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରତିନିଧିମାନେ ଭାଗ ନେଇଥିଲେ ।
SR
(ରିଲିଜ ଆଡି: 1896805)
ପରିଦର୍ଶକ କାଉଣ୍ଟର : 193
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam