ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃୟାରୀ ୫ରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 04 FEB 2023 10:40AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୫, ୨୦୨୩ ମଧ୍ୟାହ୍ନ ୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରିବେ ।

ଜୟପୁର ଗ୍ରାମୀଣ ଲୋକସଭା ସାଂସଦ ଶ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ୨୦୧୭ରୁ ଜୟପୁର ଠାରେ ଜୟପୁର ମହାଖେଳ ଆୟୋଜନ କରି ଆସୁଛନ୍ତି ।

ମହାଖେଳରେ ଚଳିତ ବର୍ଷ କବାଡି ପ୍ରତିଯୋଗିତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯାହା ଜାତୀୟ ଯୁବ ଦିବସ, ଜାନୁୟାରୀ ୧୨,୨୦୨୩ରୁ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୪୫୦ରୁ ଅଧିକ ଗ୍ରାମ ପଞ୍ଚାୟତ, ପୌରପାଳିକା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡଗୁଡିକରୁ ୬୪ଶହରୁ ଅଧିକ ଯୁବକଯୁବତୀ ଓ କ୍ରୀଡାବିତ ଭାଗ ନେଇଛନ୍ତି । ମହାଖେଳ ଆୟୋଜନ ଜୟପୁରର ଯୁବପୀଢିଙ୍କୁ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ପ୍ରେରିତ କରୁଛି ।

 

 SR



(Release ID: 1896307) Visitor Counter : 134